ସମସ୍ୟା ଡାଳୁଅ ଧାନରେ ଅଜଣା ରୋଗ – ଚିନ୍ତାରେ ଚାଷୀ Angul OnlineFebruary 26, 2023February 26, 2023 ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଗ୍ରାମରେ ଡାଳୁଅ ଧାନ ଚାଷରେ ଅଜଣା ରୋଗ ଧରିଛି । ଏହାଦ୍ଵାରା ଗ୍ରାମର ଧାନ ଗଛ ନଷ୍ଟ ହେବାରେ ଲାଗିଛି । ଏ ନେଇ ସ୍ଥାନୀୟ ଇଂ . ପ୍ରିୟଦର୍ଶନୀ ସ୍ଵାଇଁ ମୁଖ୍ୟମନ୍ତ୍ରୀ , କୃଷିମନ୍ତ୍ରୀ ଓ କୃଷି ସଚିବଙ୍କୁ ଟୁଇଟ୍ କରି ଜଣାଇବା ପରେ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରି ପଦକ୍ଷେପ ନେବାକୁ କୃଷି ସଚିବ ଡ . ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।କିଶୋରନଗର ବ୍ଲକ କୃଷି ଅଧିକାରୀ ଏବଂ ଆଠମଲ୍ଲିକ କୃଷି ଅଧିକାରୀ ଚଣ୍ଡୀ ପ୍ରସାଦ ମହାଳିକ ଆଜି ଉକ୍ତ ଗ୍ରାମକୁ ଯାଇ ରୋଗ ପୋକ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଗ୍ରାମର ପ୍ରାୟ ୧୫ ଏକର ଚାଷ ଜମିରେ ଖରାଟିଆ ଧାନଚାଷ ହୋଇଛି । କୀଟନାଶକ ଓଭର୍ଡୋଜ୍ ଯୋଗୁଁ ପ୍ରାୟ ୨ ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏହାଛଡ଼ା ହଠାତ୍ ଖରା ବୃଦ୍ଧି ପାଇଥିବାରୁ ଆଉ କିଛି ଚାଷଜମିରେ ଧାନଗଛ କ୍ଷତିଗ୍ରସ୍ତ ହୋଇଛି । ଏ ନେଇ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ସେମାନଙ୍କୁ ରିହାତି ଦରରେ ସାର , ଔଷଧ ଆଦି ଯୋଗାଇବା ନିମନ୍ତେ ପଦକ୍ଷେପ ନିଆଯାଉଛି । ଏଥିସହ ଖୁବ୍ଶୀଘ୍ର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ବୋଲି କୃଷି ଅଧିକାରୀ ପମିଲ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି । Advertisement
ସଂପୂର୍ଣ୍ଣ ବନ୍ଦ ହେଲା ଟିଟିପିଏସ – ନୂଆ ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ତାଳଚେର – ଯେଉଁଠାରୁ ରାଜ୍ୟ ତଥା ରାଜ୍ୟ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ଠପ ହୋଇ ଯାଇଛି । ମାର୍ଚ୍ଚ ୩୧…
ପରିବିକ୍ଷଣ ଗୃହରେ ହେବ କୋଭିଡ କେୟାର ସେଣ୍ଟର ଅନୁଗୁଳ – ଅନୁଗୁଳ ସ୍ଵତନ୍ତ୍ର ଗୃହ ବା ଉପଖଣ୍ଡ ପରିବିକ୍ଷଣ ଗୃହରେ କରୋନା ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ସ୍ଵତନ୍ତ୍ର ଗୃହ…
ପ୍ରସ୍ତାବିତ ଖଣି ଅଞ୍ଚଳରେ ଡିଟେଲଡ ଇମ୍ପାକ୍ଟ ଷ୍ଟଡି ପାଇଁ ଦାବି ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ସିଙ୍ଗରାଣୀ କମ୍ପାନୀର ନୈନି କୋଲ ବ୍ଳକ ପାଇଁ ICFRE କୁ ଏହାର ବିସ୍ତୃତ ପ୍ରଭାବ ଅନୁଧ୍ୟାନ କରିବାକୁ ଦାବି…