ମୁଖ୍ୟ ଖବର ତେଜୁଛି କୋଲ ୱାସେରୀ ବିବାଦ Angul OnlineFebruary 27, 2023February 27, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗ୍ଲୋବାଲ କୋଲ ୱାସେରିକୁ ନେଇ ବିବାଦ ତେଜିବାରେ ଲାଗିଛି । ଗତ ଦୁଇଦିନ ହେଲା ଏହାକୁ ପ୍ରଦୂଷଣର ଆଳ ଦେଖାଇ ବନ୍ଦ କରିବାକୁ ଗୋଟିଏ ଗୋଷ୍ଠୀ ଆନ୍ଦୋଳନ କରୁଥିବା ବେଳେ ଏହାକୁ ବନ୍ଦ ନ କରିବାକୁ ଦାବି କରି ଆଉ ଏକ ଗୋଷ୍ଠୀ ଆନ୍ଦୋଳନକୁ ଓଲ୍ହାଇ ଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଆଜି ତାଳଚେର ଘଣ୍ଟପଡା ବାସୀ ତଥା ସପକ୍ଷବାଦୀଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ରେଳରୋକ ଆନ୍ଦୋଳନ କରାଯାଇଛି । ଘଣ୍ଟପଡ଼ା ଠାରେ ସପକ୍ଷବାଦୀଙ୍କ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷଙ୍କ ଦ୍ୱାରା କୋଇଲା ବୋଝେଇ ଟ୍ରେନ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ ବିପକ୍ଷବାଦୀଙ୍କ ପକ୍ଷରୁ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ପ୍ଲାଣ୍ଟ ବନ୍ଦ ହେବା ଫଳରେ କମ୍ପାନୀ ରେ କାର୍ଯ୍ୟରତ ଶ୍ରମିକ ମାନେ ନିଜର ଜୀବନ ଜୀବିକା ହରାଇବାର ସମ୍ଭାବନା ରହିଛି । ଯାହାକୁ ନେଇ ଆଜି ଘଣ୍ଟପଡ଼ା ଠାରେ କୋଇଲା ବୋଝେଇ ଟ୍ରେନ ଚଳାଚଳକୁ ଶ୍ରମିକ ଓ ତାଙ୍କ ପରିବାର ପକ୍ଷରୁ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । Advertisement
ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି । କତଡା ଗ୍ରାମ ନିକଟରେ ସ୍କୁଟିକୁ ପଛରୁ ଇନୋଭା କାର ଧକ୍କା…
ଝୁଲନ୍ତା ମୃତଦେହ ତଳେ ଜଗି ରହିଛି ପୋଷା କୁକୁର – ପାଖ ମଡାଇ ଦେଉନି କାହାକୁ ଅନୁଗୁଳ – ଝୁଲି ରହିଛି ବୃଦ୍ଧଙ୍କ ମୃତଦେହ । ମୃତଦେହ ତଳେ ଜଗି ରହିଛି ମୃତକଙ୍କ ପୋଷା କୁକୁର । ମୃତ ଦେହ ପାଖ ଭର୍ତ୍ତି କରି…
ନିଜ ଦେହରେ ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ ନେଇ ପୋଡାପଡା ଗ୍ରାମର ବାପୁଜୀ ସାହୁ…