ମୁଖ୍ୟ ଖବର ଓକିଲ ସଂଘ ନିର୍ବାଚନ ଶେଷ Angul OnlineMarch 26, 2022March 26, 2022 ଅନୁଗୁଳ – ଅନୁଗୁଳ ଓକିଲ ସଂଘର ନିର୍ବାଚନ ଶନିବାର ଶେଷ ହୋଇଛି । ୩ ୟ ଥର ପାଇଁ ଆଡଭୋକେଟ ଦିଲ୍ଲିପ ସାହୁ ସଂଘର ସଭାପତିଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ଭବାନୀ ଶଙ୍କର ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ଧୃବ ଚରଣ ସାହୁ , ସହସମ୍ପାଦକ ଭାବେ ପ୍ରେମାନନ୍ଦ ସାହୁ, କୋଷାଧ୍ୟକ୍ଷ ଭାବେ ଗୋପାଳ ପ୍ରସାଦ ଅଗ୍ରୱାଲ ନିର୍ବାଚିତ ହୋଇଛନ୍ତି । ସାଂସ୍କୃତିକ ସମ୍ପାଦକ ଭାବେ କୁଶ ସାହୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିଭଳି ତାଳଚେର ଓକିଲ ସଂଘର ଆଜି ଅନୁଷ୍ଠିତ ନିର୍ବାଚନରେ ସନ୍ତୋଷ କୁମାର ସାହୁ ସଭାପତି ଓ ଦୀନବନ୍ଧୁ ସାହୁ ସାଧାରଣ ସଂପାଦକ ଭାବେ ନିର୍ବାଚିତ । ଉପସଭାପତି ଭାବେ ମାନସ ରଞ୍ଜନ ଶତପଥୀ ନିର୍ବାଚିତ ହୋଇଛନ୍ତି । ଯୁଗ୍ମ ସଂପାଦକ ଭାବେ ଚିନ୍ମୟ କୁମାର ରାୟ , କୋଷାଧ୍ୟକ୍ଷ ଭାବେ କରୁଣା କର ନାୟକ , ଅଡ଼ିଟର ଭାବେ ବବିତା ଦାସ , ସାଂସ୍କୃତିକ ସଂପାଦକ ଭାବେ ରାଜେନ୍ଦ୍ର ସିଂହ ଓ ସେମିନାର ସଂପାଦକ ଭାବେ ଲଳିତା ମଣି ନାଏକ ନିର୍ବାଚିତ ହୋଇଛନ୍ତି । ଛେଣ୍ଡିପଦା ବାର୍ ଆସୋସିଏସନର ସାଂସ୍କୃତିକ ସମ୍ପାଦକ ପଦବୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପଦବୀ ଗୁଡ଼ିକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସାଂସ୍କୃତିକ ସମ୍ପାଦକ ପାଇଁ ୨ଜଣ ପ୍ରତିଦ୍ବନ୍ଦିତା କରିଥିବା ବେଳେ ବାରୁନ କୁମାର ବେହେରା ସାଂସ୍କୃତିକ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ସଭାପତି ଭାବେ ପଦ୍ମଚରଣ ମାଝୀ, ସାଧାରଣ ସମ୍ପାଦକ ଭାବେ ପ୍ରଦୀପ କୁମାର ଗଡ଼ନାୟକ, କୋଷାଧ୍ୟକ୍ଷ ଭାବେ ବିଦ୍ୟାଧର ବେହେରା, ଉପସଭାପତି ଭାବେ ଗୋବିନ୍ଦ ଚନ୍ଦ୍ର ସାହୁ, ସହ ସମ୍ପାଦକ ଭାବେ ଶିଶିର କୁମାର ବେହେରା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । Advertisement
ଟିକାକୁ ନେଇ ରାଜନୀତି , ଟିକାକରଣ କେନ୍ଦ୍ରରେ ପୋଷ୍ଟର ଚିରିଲେ ବିଜେପି କର୍ମୀ – ଥାନାରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ ।…
ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ୧୩ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଜୋରିମନା ଅନୁଗୁଳ – ଅନୁଗୁଳ ସହରରେ ଚାଲିଥିବା ପୂଜା ମାହୋଲ ପୂର୍ବରୁ ନୂତନ ଏସ୍.ପି. ରାହୁଲ ଜୈନ ଯୋଗଦାନ କରିବା ପରେ ଅନୁଗୁଳ ପୁଲିସ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ…
ଯୁବକଙ୍କ ଉନ୍ମତ୍ତ କାଣ୍ଡ – ନିଜ ବେକକୁ ପନିକିରେ ହାଣିଲା ଅନୁଗୁଳ – ଅନୁଗୁଜ଼ଳ ରେଲୱେ କଲୋନୀରେ ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି । ଘଣ୍ଟାଏ କାଳ କଲୋନୀରେ ପନିକି ଧରି ଯୁବକ ଜଣଙ୍କ…