ଆଞ୍ଚଳିକ ଜଣେ ଲୋକ ଏକ ଘଣ୍ଟା ଅଟକାଇଲେ ଟ୍ରେନ Angul OnlineJune 16, 2022June 16, 2022 ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ଦ୍ୱାରା ଜମି ହରା କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ ଓ କମ୍ପାନୀରେ ନିଯୁକ୍ତି ଦାବି କରି ଆଜି ଜଣେ ଲୋକ ରେଳ ରୋକ ଆନ୍ଦୋଳନ କରିଥିଲେ । ଆଉ ତାଙ୍କ ଆନ୍ଦୋଳନ ଫଳରେ ନାଲକୋର ଟ୍ରେନ ପ୍ରାୟ ଏକ ଘଣ୍ଟା ଧରି ବନ୍ଦ ହୋଇ ରହିଥିଲା । ସୂଚନା ଅନୁସାରେ , ବଳରାମ ପ୍ରସାଦ କଇଁ ଫୁଲିଆ ସାହିର ବିରଞ୍ଚି ସାହୁଙ୍କ ଜମି ନାଲକୋ ଅଧିଗ୍ରହଣ କରିଛି । ମାତ୍ର ତାଙ୍କ ପରିବାରର କାହାରିକୁ ନାଲକୋରେ ନିଯୁକ୍ତି ମିଳି ନାହିଁ । ନିଯୁକ୍ତି ପାଇଁ ବିରଞ୍ଚି ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଦାବି ଆପତ୍ତି କରିଛନ୍ତି । ପ୍ରସାଶନ ପକ୍ଷରୁ ତାଙ୍କୁ ନାଲକୋରେ ନିଯୁକ୍ତି ଦେବା ପାଇଁ ନାଲକୋକୁ ନିର୍ଦେଶ ଥିଲେ ମଧ୍ୟ ନାଲକୋ କତ୍ତୃପକ୍ଷ କିଛି ଶୁଣୁ ନାହାନ୍ତି ବୋଲି ବିରାଞ୍ଚି ଅଭିଯୋଗ କରିଛନ୍ତି । ନିରୁପାୟ ହୋଇ ବିରଞ୍ଚି ଗୁରୁବାର ସକାଳ ୮ ଘଣ୍ଟିକାରେ ନାଲକୋ ନିଜସ୍ୱ ରେଳ ଲାଇନ ଭାଲୁଧରି ଗାଁ ନିକଟରେ ରେଳରୋକ କରିଥିଲେ । ନାଲକୋ ପ୍ରଶାସନିକ ଅଧିକାରୀ ଏବଂ ନାଲକୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ପରେ ତାଙ୍କୁ ଧାରଣରୁ ଉଠାଇ ଥିଲେ । ନିଯୁକ୍ତି ପାଇଁ ଆବଶ୍ୟକ ସାର୍ଟିଫିକେଟ ଦାଖଲ କରିବା ପରେ ଯଥା ସମ୍ଭବ ନାଲକୋରେ ନିଯୁକ୍ତି ଦିଆଯିବ ବୋଲି ନାଲକୋ କତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । Advertisement
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖା ଗଠିତ ଅନୁଗୁଳ – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖାର ବୈଠକ ପ୍ରତିଷ୍ଠାନର ରାଜ୍ୟ ଶାଖାର ମୁଖ୍ୟ ମାର୍ଗଦର୍ଶିକା ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ବାଜି ରାଉତ ଛାତ୍ରାବାସର…
ଅଚିହ୍ନା ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି…
ଖୋଲିବ ଧର୍ମାନୁଷ୍ଠାନ – ସର୍ତ୍ତ ଲାଗୁ ଅନୁଗୁଳ – କୋଭିଡର ସାଂପ୍ରତିକ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାରେ ଥିବା ସମସ୍ତ ମନ୍ଦିର , ମସଜିଦ୍ ଓ ଗୀର୍ଜା ଗୁଡିକୁ ଆସନ୍ତା କାଲି(୩ ସେପ୍ଟେମ୍ବର) ଠାରୁ…