ଆଞ୍ଚଳିକ ଅଚିହ୍ନା ମୃତଦେହ ଉଦ୍ଧାର Angul OnlineMay 26, 2021May 26, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳ ୧ନମ୍ବର ୱାର୍ଡର ବୀରବରପଲ୍ଲୀ ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ତାଙ୍କ ପରିଚୟ ମିଳି ପାରି ନାହିଁ । ସୂଚନା ଅନୁସାରେ ଗତ ୨୩ ତାରିଖ ଏହି ବୃଦ୍ଧ ଜଣଙ୍କ ବୀରବରପଲ୍ଲୀ ନିକଟରେ ହୋଇଥିବା ଅସ୍ଥାୟୀ କୋଭିଡ ସେଣ୍ଟର ନିକଟରେ ପଡିଥିଲେ । ଏ ନେଇ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କୋଭିଡ୍ ଟେଷ୍ଟରେ ତାଙ୍କର ନେଗେଟିଭ ରିପୋର୍ଟ ଜଣାପଡିଛି । ମୃତ ବ୍ୟକ୍ତିଙ୍କର ଆନୁମାନିକ ବୟସ ୬୫ ବର୍ଷ , ପତଳା ଶରୀର ଓ ଦାଢ଼ି ଥିବାବେଳେ ସେ ଏକ ଧଳା ଗଞ୍ଜି ଓ ବାଇଗଣି ରଙ୍ଗର ଲୁଙ୍ଗି ପରିଧାନ କରିଛନ୍ତି । Advertisement
ଜେଏସପି ପରିଚାଳନା ନିର୍ଦ୍ଦେଶକଙ୍କ ସିଏସଆର କାର୍ଯ୍ୟ ପରିଦର୍ଶନ ଭୁବନେଶ୍ବର – ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା, ଜେଏସପି ଫାଉଣ୍ଡେସନ ଦ୍ଵାରା ଅନୁଗୁଳରେ କାର୍ଯ୍ୟକରି ହେଉଥିବା କମ୍ପାନୀର…
ପୁଣି ଦନ୍ତାହାତୀ ମୃତ – ଗୁଳି କରି ହତ୍ୟା ସନ୍ଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…
ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦ୍ୟମ ଫାଉଣ୍ଡେସନର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ମନ୍ଦରଗିରି ମଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି…