ଅପରାଧ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ Angul OnlineJune 17, 2022June 17, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅଞ୍ଚଳରେ ଘରେ କେହି ନଥିବା ବେଳେ ଚୋରୀ କରିଛନ୍ତି ଦୁର୍ବୃତ୍ତ । ଅନୁଗୁଳ ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଶାବଳଭଙ୍ଗା ଅଞ୍ଚଳର କାମାକ୍ଷା ପ୍ରସାଦ ଜେନା କୌଣସି କାମରେ ଦିଲ୍ଲୀ ଯାଇଥିଲେ । ସେହି ସମୟରେ ତାଙ୍କ ଘରେ କେହି ରହୁ ନଥିଲେ । ଦିଲ୍ଲୀରୁ ଫେରିବା ପରେ ତାଙ୍କ ଘର ଗ୍ରୀଲ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଘରେ ପଶି ଦେଖିଲା ବେଳକୁ ସେ ରଖିଥିବା ୧୦ ହଜାର ଟଙ୍କା, କମ୍ପୁଟର ହାର୍ଡଡିକ୍ସ ଓ ୩ଟି ସୁନା ମୁଦି ଚୋରି ହୋଇଥିଲା । ଏନେଇ ସେ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ଥାନା ଅଧିକରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି । Advertisement
ରେଳ ଫାଟକ ନିକଟରେ ଦୁଇ ଯୁବକଙ୍କୁ ଆକ୍ରମଣ କରି କାର ଭାଙ୍ଗିଦେଲେ ଦୁର୍ବୃତ୍ତ ତାଳଚେର – ରେଳ ଫାଟକ ନିକଟରେ ଗାଡି ଅଟକିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗାଡି ମାଲିକ ଆହତ ହୋଇଥିବା ବେଳେ ଦୁର୍ବୃତ୍ତ ମାନେ କାର ଭାଙ୍ଗି…
ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା ଅନୁଗୁଳ – ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା । ଏଭଳି ଘଟଣା ଘଟିଛି ଅନୁଗୁଳ ସହର ଶିକ୍ଷକପଡ଼ାରେ । ଘରୋଇ କଳହରୁ ନିଜର ଦ୍ଵିତୀୟ ପତ୍ନୀକୁ ସ୍ଵାମୀ…
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…