ମୁଖ୍ୟ ଖବର ପୁଲିସ ସ୍ତରରେ ଅଦଳବଦଳ Angul OnlineSeptember 24, 2021September 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଳ କରାଯାଇଛି । ଏହା ସହ ନୂଆଁ କରି ଜିଲ୍ଲାକୁ ଆସି ହେଡ ଜ୍ଵାଟରରେ ଥିବା ୩୯ ଜଣ ଏଏସଆଇଙ୍କୁ ବିଭିନ୍ନ ଥାନାରେ ଯୋଗ ଦେବାକୁ ନିର୍ଦେଶ ଦିଆ ଯାଇଛି । ଅନୁଗୁଳ ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଠାକୁରଗଡ ଥାନାରେ କାର୍ଯ୍ୟରତ ଏସଆଇ ସୁରେଶ ବେହେରାଙ୍କୁ ଟାପଢୋଲ ଫାଣ୍ଡିକୁ ବଦଳି କରା ଯାଇଥିବା ବେଳେ କଣିହାଁ ଥାନାରୁ ତ୍ରିଲୋଚନ ଖଟୁଆଙ୍କୁ ଡେରେଙ୍ଗ ଫାଣ୍ଡିକୁ ବଦଳି କରା ଯାଇଛି । ସେହିଭଳି ବଅଁରପାଳ ଥାନାରୁ ରିତାରାଣୀ ପ୍ରଧାନଙ୍କୁ ତାଳଚେର ଥାନା , ନାଲକୋ ଥାନାର ଏସଆଇ ଅମୁନସେନ କିରୋଙ୍କୁ ତାଳଚେର ଥାନା , ତାଳଚେର ଥାନାର ଏସଆଇ ଅର୍ଚ୍ଚନା ନାୟକଙ୍କୁ କଣିହାଁ ଥାନା , କୋଳିୟାରି ଥାନାର ଏସଆଇ ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ପାଲଲହଡା ଥାନା , କଣିହାଁ ଥାନାର ଏସଆଇ ସ୍ମିତାଞ୍ଜଳି ପ୍ରଧାନଙ୍କୁ ବଅଁରପାଳ ଥାନା , ତାଳଚେର ଥାନାର ଏସଆଇ ମନସା କୁମାର ମହାକୁଳଙ୍କୁ ନାଲକୋ ଥାନାକୁ ବଦଳି ହୋଇଛି । ଏହା ସହ ଠାକୁରଗଡ ଥାନାର ଏଏସଆଇ ସରୋଜିନୀ ବାଘଙ୍କୁ ନିଶା ଶିଳ୍ପାଞ୍ଚଳ ଥାନା , ଅନୁଗୁଳ ଥାନାର ଏଏସଆଇ ଜିତେନ୍ଦ୍ରନାଥ ସିଂହଙ୍କୁ ସମଲ ଥାନା , କିଆକଟା ଥାନାର ଏଏସଆଇ ସଞ୍ଜୟ ବେହେରାଙ୍କୁ ପାଲଲହଡା ଥାନା , ପାଲଲହଡା ଥାନାର ଏଏସଆଇ ପ୍ରଦୀପ ପଟନାୟକଙ୍କୁ ଅନୁଗୁଳ ଥାନା , ଡେରେଙ୍ଗ ଫାଣ୍ଡିର ଏଏସଆଇ ମୀନକେତନ ପ୍ରଧାନଙ୍କୁ କୋଲିୟାରି ଥାନା , ଅନୁଗୁଳ ମେଡିକାଲ ଫାଣ୍ଡିର ଏଏସଆଇ ଜୟ ଚନ୍ଦ୍ର ସାହୁଙ୍କୁ ଅନୁଗୁଳ ସଦର ଥାନା ଓ ଅନୁଗୁଳ ଥାନାର ଏଏସଆଇ ଗୋବିନ୍ଦ ରାଉଳଙ୍କୁ ଅନୁଗୁଳ ମେଡିକାଲ ଫାଣ୍ଡିକୁ ବଦଳି କରା ଯାଇଛି । Advertisement
ରେଙ୍ଗାଳି ଜଳଭଣ୍ଡାରକୁ ଡେଇଁ ପଡିଲେ – ବହୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଜଳ ଭଣ୍ଡାରକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣା ପଡିଛି । ନିଖୋଜ ବ୍ୟକ୍ତି ଜଣକ ହେଲେ କଣିହାଁ…
ତାଳଚେର ସାରକାରଖାନା କାର୍ଯ୍ୟକ୍ଷମ ନେଇ ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲା କଂଗ୍ରେସ ଭୂବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେର ସାର କାରଖାନା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ…
ସରୁନି ତାଳଚେର ସାର କାରଖାନା କାମ – ଦୁଇଦୁଇ ଥର କଣ୍ଟ ବଢ଼ାଇଲେଣି ସରକାର ତାଳଚେର – ତାଳଚେର ସାର କାରଖାନାର ଶିଳାନ୍ୟାସକୁ ୫ ବର୍ଷ ପୂରିଲା , ହେଲେ ବି କାମ ସରୁ ନାହିଁ କି ଆସନ୍ତା ଏକ ବର୍ଷ ଭିତରେ…