ସମସ୍ୟା ତାଳଚେର ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ଗଣଧାରଣା Angul OnlineApril 29, 2022April 29, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ମେଡିକାଲ କଲେଜ କୋଠା ନିର୍ମାଣ କାମ ଦୀର୍ଘ ଦିନ ହେଲା ସରିଲାଣି । ହେଲେ ଆଜି ଯାଏଁ ନାମଲେଖା ଆରମ୍ଭ ହୋଇ ପାରୁନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାବାସୀ । ଆଉ ଚଳିତ ବର୍ଷ ନାମଲେଖା ଏବଂ ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବିରେ ଆଜି(ଶୁକ୍ରବାର) ତାଳଚେର ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୯ରେ ଏହି ମେଡ଼ିକାଲ କଲେଜର ନୂତନ କୋଠା ମଧ୍ୟ ଲୋକାର୍ପିତ ହୋଇସାରିଛି । କିନ୍ତୁ ଉଦଘାଟନ ପରଠାରୁ ଏହା ଭୂତକୋଠି ହୋଇପଡ଼ିଛି । ଏହାକୁ ଚଳାଇବା ପାଇଁ ସରକାର ଓ MCL ମଧ୍ୟରେ ତାଳମେଳ ଅଭାବରୁ ଅନୁଗୁଳ ଜିଲ୍ଲାବାସୀ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ମେଡ଼ିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୧୪ରେ ରାଜ୍ୟ ସରକାର ଓ ଏମ୍ସିଏଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଏହାକୁ ତାଳଚେର ନେହେରୁ ଶତାବ୍ଦୀ ଡାକ୍ତରଖାନା ନିକଟରେ କରିବାକୁ ନିଷ୍ପତ୍ତି ହେବା ପରେ ନୂଆ କୋଠା ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇ ଦେଇଥିଲେ । ଏଠାରେ ୧୦୦ଟି ଆସନ ବିଶିଷ୍ଟ MBBS ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହେରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କୁହାଯାଇଥିଲା । ମାତ୍ର ଆଜି ଯାଏଁ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ କି ନାମଲେଖା ହେଲା ନାହିଁ । ଏହାକୁ ବିରୋଧ କରି ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣଧାରଣା ଦିଆଯାଇଛି । ତୁରନ୍ତ ମେଡ଼ିକାଲ କଲେଜରେ ନାମଲେଖା ଆରମ୍ଭ କରାଯିବା ସହ ସରକାର ଏହାକୁ ପରିଚାଳନା କରିବାକୁ ଦାବି କରାଯାଇଛି । Advertisement
ଶିକ୍ଷକ ଅଭାବ – ସ୍କୁଲରେ ପଡିଲା ତାଲା , ରାସ୍ତା ଅବରୋଧ ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ସୋମବାର ଦିନ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ବନ୍ତଳା-ଟିକରପଡା ରାସ୍ତା…
ପ୍ରଦୂଷଣ ସମସ୍ଯା ସମାଧାନ ପାଇଁ ସାଇକେଲରେ ଭୁବନେଶ୍ୱର ଯାଇ ମନ୍ତ୍ରୀଙ୍କୁ ଭେଟିଲେ ସ୍ଵେଚ୍ଛାସେବୀ ଅନୁଗୁଳ – ଶିଳ୍ପ ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ହେଲେ ଏହାର ପ୍ରତିକାର ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉ ନାହିଁ…
୧୨ତମ ଆରପିଡିଏସି ବୈଠକ – ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ବିଳମ୍ବ ଯୋଗୁଁ ରାଜସ୍ବ କମିଶନର ଅସନ୍ତୋଷ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ବିଭିନ୍ନ କୋଇଲା ଖଣି ପାଇଁ ମଙ୍ଗଳବାର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି(ଆରପିଡିଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି…