ବଇଣ୍ଡା – ଅନୁଗୁଳ ଜିଲ୍ଲା ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଏକ୍ସପାରି ଔଷଧ ଡ଼ିଆ ଯାଉଥିଲା । ଯାହାକୁ ନେଇ ପ୍ରାୟ ଦୁଇ ଘଣ୍ଟା ଧରି ମେଡିକାଲରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା ।
ସୂଚନା ଅନୁସାରେ , ହଣ୍ଡପା ଗାଁର ଗୁଲଜାର ଖାଁ ନାମକ ଜଣେ ବ୍ୟକ୍ତିଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏଥିପାଇଁ ସେ ହଣ୍ଡପା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ଡ୍ରେସର ତାଙ୍କ କ୍ଷତ ଜାଗାକୁ ଡ୍ରେସିଂ କରିଥିଲେ । ତେବେ ଡ୍ରେସିଂ ବେଳେ ସେ ଯେଉଁ ଔଷଧ ଲଗାଉଥିଲେ ସେହି ଔଷଧ ଉପରେ ଗୁଲଜାରଙ୍କ ନଜର ପଡିଥିଲା । ଯାହାର ଏକ୍ସପାରି ଦେଢ଼ ବର୍ଷ ହେଲା ପଳାଇଥିବା ଗୁଲଜାର ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ଔଷଧ କାହିଁକି ଦିଆଯାଉଛି ବୋଲି ଡାକ୍ତରଖାନାର ଫାର୍ମାସିଷ୍ଟଙ୍କୁ ମଧ୍ୟ ପଚାରିଥିଲେ । ତେବେ ଫାର୍ମାସିଷ୍ଟ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଉତ୍ତେଜନା ଦ୍ଵଖା ଦେଇଥିଲା । ଗାଁ ର ଅନ୍ୟ କିଛି ଯୁବକ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ହୋହଲ୍ଲା କରିଥିଲେ । ଆଉ ଏ ଦିଗରେ ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କାର୍ଯ୍ୟାନୁଷ୍ଠାନ ଦାଭି କରିଛନ୍ତି ।