ସମସ୍ୟା ଜି.ଏସ୍.ଟି. କାର୍ଯ୍ୟାଳୟ ଘେରିଲେ ବ୍ୟବସାୟୀ Angul OnlineNovember 6, 2024November 6, 2024 ଅନୁଗୁଳ – ଜୟପୁରରେ ବ୍ୟବସାୟିକ ଅନୁଷ୍ଠାନରେ ଅତର୍କିତ ଚଢ଼ାଉ ପରେ ବ୍ୟବସାୟୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ଏହାର ପ୍ରତିବାଦର ସ୍ବର ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆଜି ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଏହାର ପ୍ରତିବାଦ କରାଯାଇ ଜି ଏସ ଟି କାର୍ଯ୍ୟାଳୟ ଘେରାଉ କରାଯାଇଛି । ଶତାଧିକ ବ୍ୟବସାୟୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜି ଏସ ଟି କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହାତରେ ପ୍ଲାକାର୍ଡ ଧରି ଜି ଏସ ଟି ସଂସ୍ଥା ଓ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ । ଯେଉଁ ଜି ଏସ ଟି କର୍ମଚାରୀ ମାନେ ଏଭଳି କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଥିଲେ ବ୍ୟବସାୟୀ ସଂଘ । ସେମାନଙ୍କ କହିବା କଥା ବ୍ୟବସାୟୀ ମାନେ ଚୋର ନୁହଁନ୍ତି । ଯେଉଁ ବ୍ୟବସାୟୀ ମାନେ ଜି ଏସ ଟି ଦେଉଛନ୍ତି , ଯେଉଁମାନେ ସରକାରଙ୍କୁ ରାଜସ୍ୱ ଦେଉଛନ୍ତି ସେମାନଙ୍କ ଅନୁଷ୍ଠାନ ଉପରେ ବିନା ନୋଟିସ , ବିନା ଖବରରେ ଚଢ଼ାଉ କରା ଯାଉଛି । ଯାହା ଫଳରେ ଚାପଗ୍ରସ୍ତ ହେଉଛନ୍ତି ବ୍ୟବସାୟୀ । ଏହାକୁ ସେମାନେ ନିନ୍ଦା କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ନ ହେବାକୁ ଦାବି କରିଛନ୍ତି । Advertisement
ଅନ୍ୟ ଠିକାସଂସ୍ଥା ଦ୍ବାରା ହେବ ସମ୍ବଲପୁର-ଅନୁଗୁଳ ରାଜପଥ କାମ ଅନୁଗୁଳ – ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା…
ବ୍ରେଡ୍ରେ ଲେଖାହେଉନି ଏକ୍ସପାୟରି ତାରିଖ – ଲାଭ ଲୋଭର ଖେଳରେ ଗ୍ରାହକ ଅର୍ଥ ଦେଇ ଅଖାଦ୍ୟ ଖାଇବାକୁ ପଡୁଛି ଲାଭକଥା ଚିନ୍ତା କରୁଛନ୍ତି ପ୍ରସ୍ତୁତକାରୀ ସଂସ୍ଥା ଅନୁଗୁଳ – ଜିଲାର ବିଭିନ୍ନ ହୋଟେଲ, ଚା…
ନାଲକୋ ପରିପାର୍ଶ୍ବିକ ଗ୍ରାମରେ ପାନୀୟ ଜଳ ଯୋଗାଣ ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ପାରିପାର୍ଶ୍ଵିକ ଗ୍ରାମରେ ବୁଧବାର ପାନୀୟ ଜଳ ଯୋଗାଣ ଆରମ୍ଭ କରାଯାଇଛି । ଜଳକ୍ଳିଷ୍ଟ ପରିପାର୍ଶ୍ବିକ ଗ୍ରାମମାନଙ୍କରେ ପାନୀୟ ଜଳ…