ମୁଖ୍ୟ ଖବର ବାଣ ଭିଡୁଥିବା ବେଳେ ବିସ୍ଫୋରଣ- ଜଣେ ମୃତ ତିନିଜଣ ଗୁରୁତର Angul OnlineOctober 21, 2022October 21, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି I ମୃତକ ଜଣଙ୍କ ସେହି ଗ୍ରାମର ତ୍ରିପୁର ବେହେରା । ସୂଚନା ଅନୁସାରେ ଆଗକୁ ଦୀପାବଳି ଥିବା ବେଳେ ଆଜି ସକାଳୁ ଘରେ ବାଣ ଭିଡୁଥିଲେ । ତେବେ କୌଣସି କାରଣ ବଶତଃ ହଠାତ୍ ବିସ୍ଫୋରଣ ଘଟିଥିଲା I ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର ଉଡିଯାଇଥିଲା I ଆହତ ମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି I ଖମାର ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ବାଣ କାରଖାନା ଆଇନ୍ ସମ୍ମତ ଥିଲା ନା ବେଆଇନ ଭାବରେ ଚାଲିଥିଲା ତାହା ସନ୍ଦେହ ଘେରରେ ଅଛି । Advertisement
ଗଞ୍ଜେଇ ସହ ଧରା ପଡିଲେ ବ୍ୟାଙ୍କ କ୍ୟାସିୟର – ୧୬୫ କେଜି ଗଞ୍ଜେଇ ଜବତ adv ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ବଙ୍କାପଲସା ଗ୍ରାମ ରାସ୍ତା ନିକଟରେ ରବିବାର ବିଳମ୍ବିତ ରାତିରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଚଢାଉ କରି…
ଋଣ ଭାର ସହି ନପାରି ଆତ୍ମହତ୍ୟା ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ମୁଣ୍ଡପଡ଼ା ଛକ ନିକଟ ବିନୋଦପୁର ଜଙ୍ଗଲର ଗୋଟିଏ ମହୁଲ ଗଛରେ ବେକରେ ରଶି ଦେଇ…
ୱେଲଡିଙ୍ଗ୍ ଦୋକାନ ଘରୁ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ଗ୍ରାମର ଏକ ୱେଲଡିଙ୍ଗ୍ ଦୋକାନରୁ ୱେଲଡିଙ୍ଗ ମିସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ…