ମୁଖ୍ୟ ଖବର ଦୁଇ ମୋଟରସାକେଲ ମୁହାଁମୁହିଁ ଧକ୍କା – ଜଣେ ମୃତ , ୩ ଗୁରୁତର Angul OnlineNovember 26, 2021November 26, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନ୍ତରାପୁର ଛକ ଠାରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ମରାତିରା ଗ୍ରାମର ସୁବ୍ରତ ବିଶ୍ୱାଳ । ଆହତ ମାନେ ହେଲେ ଡେରଜାଙ୍ଗ ଦେହୁରୀସାହିର ଗୋବିନ୍ଦ ସାହୁ , ଜେରେଙ୍ଗର ବିକାଶ ସାହୁ ଓ ରାଉତାଳ ଗାଁର ବାସୁଦେବ ସାହୁ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବିକାଶ ସାହୁ ଓ ଗୋବିନ୍ଦ ସାହୁ କୌଣସି କାମରେ ଅନୁଗୁଳରୁ ମୋଟରସାଇକେଲରେ ଘରକୁ ଫେରୁଥିଲେ । ବିପରୀତ ଦିଗରେ ଜିନ୍ଦଲରୁ ଡ୍ୟୁଟି ସାରି ବାସୁଦେବ ଓ ସୁବ୍ରତ ଘରକୁ ମଟର ସାଇକେଲରେ ଫେରୁଥିବା ବେଳେ ସାନ୍ତରାପୁର ଛକ ଠାରେ ଉଭୟଙ୍କର ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇ ରାସ୍ତା ଉପରେ ପଡି ରହିଥିଲେ । ସେହି ସମୟରେ ସ୍ଥାନୀୟ ଡ୍ରାଭର ସଂଘର ସଦସ୍ୟ ମାନେ ଗୁରୁତର ମାନଙ୍କୁ ଉଦ୍ଧାରକରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ସୁବ୍ରତ ବିଶ୍ୱାଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଗୁରୁତର ଆହତ ମାନଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରା ଯାଇଛି । ଖବର ପାଇ ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । Advertisement
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଆକାଉଣ୍ଟାଣ୍ଟ ଅନୁଗୁଳ – ଅନୁଗୁଳ ସିଭିଲ୍ ସପ୍ଲାଏଜ୍ ଅଫିସର (ସିଏସ୍ଓ)ଙ୍କ କାର୍ଯ୍ୟାଳୟର ଦୁଇ ଜଣ ଜୁନିଅର ଆକାଉଣ୍ଟାଣ୍ଟଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ…
ବନ ବିଭାଗ ଓ ପୁଲିସ ଗ୍ରାମବାସୀଙ୍କ ଦ୍ବାରା ଅଟକ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଦୁଇ ଦୁଇଟି କଲରାପତରିଆ ବାଘ ମୃତ୍ୟୁ ହୋଇଥିଲା । ସେହି ବାଘ ମୃତ୍ୟୁରେ ସଂଶ୍ଲିଷ୍ଟ ସନ୍ଦେହ କରି କୁଲାଙ୍ଗୀ…
ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ପୁଣି ଦବିଲା ମାଟି । ତାଳଚେର ସହରର ୧୦ ନମ୍ବର ୱାର୍ଡ ପିତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାକୁର…