ମୁଖ୍ୟ ଖବର କ୍ଷମା ପାଇଁ ଶାନ୍ତିଯଜ୍ଞ Angul OnlineNovember 25, 2021November 25, 2021 ଅନୁଗୁଳ – ବିଧାନସଭା ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଠାକୁର କହିବା ପ୍ରସଙ୍ଗକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉଆ ନାହିଁ । ଗତ ୨୦ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ ସମୟରେ ଅନୁଗୁଳ ବିଧାୟକ ତଥା ଉପ- ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ସାଢ଼େଚାରି କୋଟି ଓଡ଼ିଆଙ୍କ ଠାକୁର ବୋଲି କହିବା ଯୋଗୁଁ ଏହା ଜନସାଧାରଣଙ୍କ ଭାବାବେଗକୁ ଆଘାତ କରିଛି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ତେଣୁ ଆଜି ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବଲବୀର ସିଂଙ୍କ ନେତୃତ୍ଵରେ ଏକ ନିଆରା ଉପାୟରେ ପ୍ରତିବାଦ କରିଥିଲା କଂଗ୍ରେସ । ତାଙ୍କୁ ଏହି ଭୁଲ ପାଇଁ କ୍ଷମା ଦେବାକୁ ପ୍ରାର୍ଥନା କରି ଶୈଳଶ୍ରୀକ୍ଷେତ୍ର ସମ୍ମୁଖରେ ଏକ ଶାନ୍ତିଯଜ୍ଞର ଆୟୋଜନ କରାଯାଇଥିଲା । ମହାପ୍ରଭୁ ଜଗନ୍ନାଥ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହଙ୍କୁ ସଦବୃଦ୍ଧି ଦିଅନ୍ତୁ ଏବଂ ଆଗ,ମି ଦିନରେ କିଭଳି ସେ ଜଗନ୍ନାଥଙ୍କୁ କାହା ସହ ତୁଳନା ନ କରିବେ ସେଥିପାଇଁ ଶାସ୍ତି ଦିଅନ୍ତୁ ବୋଲି କଂଗ୍ରେସ କହିଛି । ଏହା ସହ ଆଗକୁ ସଂପୂର୍ଣ୍ଣ ଭାବେ ଉପ ବାଚସ୍ପତି ରଜନୀକାନ୍ତ ସିଂହ କ୍ଷମା ନ ମାଗିଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ । ବଲବୀର ସିଂହ କହିଛନ୍ତି ଯେ ଉପବାଚସ୍ପତି ଙ୍କୁ ଜଗନ୍ନାଥ ଶକ୍ତି ଦିଅନ୍ତୁ ସେ ଜିଲ୍ଲାର ବେକାରୀ ସମସ୍ୟା ଦୁରକରନ୍ତୁ ଓ ଠିକ ଭାବରେ ନିଜ କାର୍ଯ୍ୟକୁ ତୁଲାଇ ପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିପ୍ଳବ ଜେନା, ଓବିଶି ସେଲ ସଭାପତି ଜିତେନ୍ଦ୍ର ସାହୁ ଜିଲ୍ଲା କଂଗ୍ରେସ ଉପ ସଭାପତି ସୁନୀଲ ପ୍ରଧାନ, ତପନ ପ୍ରଧାନ, ସତ୍ୟଜିତ ସାହୁ ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପା, ଛାତ୍ର କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀ ,ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ସବିତା ଧୀର, ଜିଲ୍ଲା ମହିଳା କଂଗ୍ରେସ ସଭାପତି ତପସ୍ୱିନୀ ବିଶ୍ୱାଳ, ନଗର ମହିଳା କଂଗ୍ରେସ ସଭାପତି କାଶୀଦା ଖାନ ଏବଂ ଯୁବ କଂଗ୍ରେସ ଉପ ସଭାପତି ଅଭିଷେକ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । Advertisement
କୋଭିଡ ସେଣ୍ଟରରେ ଅନିୟମିତତା ଅଭିଯୋଗ ନେଇ ଉତ୍ତେଜନା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା କୋଭିଡ କେୟାର ସେଣ୍ଟରରେ ଅସନ୍ତୋଷ ଦେଖା ଦେଇଥିଲା । ଏହି ସେଣ୍ଟରରେ ବିଭିନ୍ନ ପ୍ରକାର ସମସ୍ୟା ଥିବା…
ଡାକ୍ତରଙ୍କ ଘରୁ ଟଙ୍କା ଓ ସୁନା ଚୋରି – ରୋଷେୟା ଗିରଫ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗଡ଼ସାହିର ଅବସରପ୍ରାପ୍ତ ଡ଼ାକ୍ତର ଅକ୍ଷୟ କୁମାର ସିଂଙ୍କ ଘରୁ ଟଙ୍କା , ସୁନା ଚୋରି ଘଟଣାର…
ବାଘୁଣୀ ସୁନ୍ଦରୀ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ – ହରିଶଙ୍କର ଉପାଧ୍ୟାୟ ଭୁବନେଶ୍ଵର – ଅନୁଗୁଳ ଜିଲ୍ଲା ସାତକୋଶିଆରୁ ବାଘୁଣି ସୁନ୍ଦରୀ ବାନ୍ଧବଗଡ ଫେରିଯିବ । ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବଗଡ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ…