ମୁଖ୍ୟ ଖବର କୋଭିଡ ସେଣ୍ଟରରେ ଅନିୟମିତତା ଅଭିଯୋଗ ନେଇ ଉତ୍ତେଜନା Angul OnlineMay 19, 2021May 19, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା କୋଭିଡ କେୟାର ସେଣ୍ଟରରେ ଅସନ୍ତୋଷ ଦେଖା ଦେଇଥିଲା । ଏହି ସେଣ୍ଟରରେ ବିଭିନ୍ନ ପ୍ରକାର ସମସ୍ୟା ଥିବା ଅଭିଯୋଗ କରି ରୋଗୀମାନେ ଧାରଣାରେ ବସିଥିଲେ । ରୋଗୀ ମାନଙ୍କ ଅଭିଯୋଗ ହେଲା ଯେ ଏହି ସେଣ୍ଟରରେ ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିବା ବେଳେ ପିଇବା ପାଣିର ସମସ୍ୟା ରହିଛି । ପାଇଖାନା ଓ ଗାଧୁଆ ଘର ସଫା କରା ଯାଉ ନଥିବା ଯୋଗୁଁ ଅସନା ହୋଇ ରହିଛି । ସେପଟେ ଗାଧୁଆ ଘର ପାଣି ନିଷ୍କାସନ ହୋଇ ନପାରି ଆଣ୍ଠୁଏ ପାଣି ଜମି ରହିଲାଣି । ଯାହା ଫଳରେ ନିତ୍ୟକର୍ମ କରିବାକୁ ରୋଗୀ ମାନଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ସବୁ ସମସ୍ୟା ଥିବା ଅଭିଯୋଗ କରି ରୋଗୀମାନେ ସକାଳୁ ଧାରଣାରେ ବସିଥିଲେ । ପରେ ତାଳଚେର ପୌରପାଳିକା ଅଧିକାରିଣୀ ରଶ୍ମିରେଖା ଅମାନ୍ତ , ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଅଭୟ କୁମାର ଦାସ ଆଦି ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେବା ପରେ ରୋଗୀମାନେ ଆନ୍ଦୋଳନରୁ ଓହରିଥିଲେ । Advertisement
ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା…
ବସଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ବ୍ଲକ ତାଳଚେର ସନ୍ଥପଡା ବସଷ୍ଟାଣ୍ଡ ନିକଟରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଆଜି…
ଅବସର ପ୍ରାପ୍ତ ଅଧକ୍ଷଙ୍କ କବିତାକୁ ଉତ୍ତେଜନା – ଥାନାର ଦ୍ଵାରସ୍ଥ ହେଲେ ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦାର ଜଣେ ଅବସରପ୍ରାପ୍ତ ପ୍ରିନ୍ସପାଲଙ୍କ ସୋସିଆଲ ମିଡିଆରେ ଲେଖା ଯାଇଥିବା କବିତାକୁ ନେଇ ଛେଣ୍ଡିପଦା ଗ୍ରାମବାସୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।…