ଭଲ ଖବର ବିଧାୟକଙ୍କ କୋଭିଡ ଡାକ୍ତରଖାନା ପରିଦର୍ଶନ Angul OnlineMay 18, 2021May 18, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ତାଳଚେର କୋଭିଡ ହସପିଟାଲ ପରିଦର୍ଶନ କରିଛନ୍ତି । ବିଧାୟକ ପିପିଇ କିଟ ପିନ୍ଧି ଡାକ୍ତରଖାନା ପରିଦର୍ଶନ କରିବା ସହ ରୋଗୀଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ବିଧାୟକ ଏଭଳି କୋଭିଡ଼ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେ ପିନ୍ଧି ତାଳଚେର ନେହେରୁ ଶତାବ୍ଦୀ ଚିକିତ୍ସାଳୟ ପରିସରରେ ଥିବା କୋଭିଡ ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଛନ୍ତି । ସଠିକ ଚିକିତ୍ସା ହେଉଛି ନା ନାହିଁ ସମସ୍ତଙ୍କୁ ସବୁ ସୁବିଧା ଉପଲବ୍ଧ ହେଉଛି ନା ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ସହ ଆଇସିୟୁର ସ୍ଥିତି , ଅକ୍ସିଜେନ , ରୋଗୀଙ୍କ ଖାଦ୍ୟପେୟ , ଔଷଧ ଏବଂ ଚିକିତ୍ସା କିପରି ଚାଲିଛି ସେ ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । Advertisement
ଜାତୀୟ ଡିଜାଇନ ଶୋ’ରେ ଅନୁଗୁଳ ଝିଅ ଜୁଲିଙ୍କ ସଫଳତା ଅନୁଗୁଳ – ମେଟାଲ୍ ମାକ୍ସ ସଂସ୍ଥା ପକ୍ଷରୁ ଭୁବନେଶ୍ଵରରେ ଆୟୋଜିତ ଜାତୀୟ ଡିଜାଇନ୍ ଶୋ ଓ ଫ୍ୟାସନ କୋଟିୟର ଶୋରେ ଓଡ଼ିଆ ଝିଅ ଜୁଲି କର ସଫଳତା…
ଓ.ପି ଜିନ୍ଦଲ ସ୍କୁଲକୁ ମିଳିଲା ‘ଶିକ୍ଷା ଉତ୍କର୍ଷତା ପୁରସ୍କାର’-୨୦୨୫ ଅନୁଗୁଳ – ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଏବଂ ଅର୍ନ୍ତଭୁକ୍ତ ଶିକ୍ଷା ଦିଗରେ ପଦକ୍ଷେପ ପାଇଁ ଅନୁଗୁଳରେ ଅବସ୍ଥିତ ଓ.ପି ଜିନ୍ଦଲ ସ୍କୁଲକୁ ଏଜୁକେସନ ଏକ୍ସସେଲେନ୍ସ ଏମ୍ପାୱାରିଂ…
ଅନୁଗୁଳ ପୁଲିସର ସୁକେଶ ପାଇବେ ରାଜ୍ୟପାଳ ପଦକ ଭୁବନେଶ୍ୱର – ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ । ବର୍ଷ ୨୦୨୧ ପାଇଁ ୪…