ମୁଖ୍ୟ ଖବର ଜିଲ୍ଲାପାଳଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର Angul OnlineAugust 16, 2022August 17, 2022 ଅନୁଗୁଳ – ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଅଧିକାରୀମାନେ ସାଇବର ଅପରାଧୀଙ୍କ ଶିକାର ହେବାରେ ଲାଗିଛନ୍ତି । ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଛନ୍ତି ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ । ତାଙ୍କ ନାମରେ ଫେକ ହ୍ଵାଟସଆପ ନମ୍ବର କରାଯାଇ ସେଥିରେ ଜିଲ୍ଲାପାଳଙ୍କ ପ୍ରୋଫାଇଲ ଫଟୋ ମଧ୍ୟ ରଖା ଯାଇଛି । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନାଁ ରେ ଆକାଉଣ୍ଟ ଖୋଲି ଏହି ଠକ ବଡ଼ ବଡ଼ ଅଧିକାରୀଙ୍କୁ ଟଙ୍କା ମାଗୁଥିବା ଜଣା ପଡିଛି । ଏହି ଠକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଫଟୋ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ସରକାରୀ ଅଧିକାରୀ , କର୍ମଚାରୀଙ୍କୁ ଟଙ୍କା ମାଗୁଛି । ଏହା ଜାଣିବା ପରେ ନିଜେ ଜିଲ୍ଲାପାଳ ତାଙ୍କ ହ୍ଵାଟସଆପ ଷ୍ଟାଟସରେ ଲୋକଙ୍କୁ ସଚେତନ କରାଇବା ସହ ପୁଲିସକୁ ଜଣାଇଥିବା ଜଣା ପଡିଛି । ପୁଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଫଟୋ ଥାଇ ଏକ ମୋବାଇଲ୍ ନମ୍ବରରେ ଏକ ହ୍ଵାଟସଆପ ଆକାଉଣ୍ଟ ଖୋଲାଯାଇଛି । ଏହି ନମ୍ବରରୁ ବିଭିନ୍ନ ଅଧିକାରୀଙ୍କ ପାଖକୁ ମେସେଜ୍ ପଠାଇ ଗିଫ୍ଟ ଭାଉଚର ଆଉ ଟଙ୍କା ମଗାଯାଉଛି । ଏହା ସାଇବର ଠକଙ୍କ କାମ ବୋଲି ଜଣା ପଡିଛି । ଜିଲ୍ଲାପାଳ ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲୋକଙ୍କୁ ସତର୍କ କରାଇବା ସହ ଠକେଇର ଶିକାର ନ ହେବାକୁ ପରାମର୍ଶ ଦେଇଛନ୍ତି । Advertisement
ଅଭିଯୋଗ ଶୁଣାଣି ପାଲଟିଛି ପ୍ରହସନ – ଆସୁ ନାହାନ୍ତି ଅଧିକାରୀ ଛେଣ୍ଡିପଦା – ଲୋକମାନଙ୍କ ସୁବିଧା ଅସୁବିଧା ଦୂର କରିବା ଏବଂ ସରକାରୀ କଳର ସ୍ବଚ୍ଛତା ପାଇଁ ରାଜ୍ୟସରକାର ପ୍ରତ୍ୟେକ ପଞ୍ଚାୟତରେ ଲୋକ ମାନଙ୍କ ଅଭିଯୋଗ ଗ୍ରହଣ କରିବା…
ଲାଞ୍ଚୁଆ ପୁଲିସ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନାରୁ ଏକ ମୋଟରସାଇକେଲ ମୁକୁଳାଇବା ପାଇଁ ଗତ ୨/୧୨/୨୦୦୯ ମସିହାରେ ସେତେବେଳେ ସେଠାରେ ଥିବା ଏ ଏସ ଆଇ ରବୀନ୍ଦ୍ର…
କେନାଲରେ ବୁଡି ଯୁବକ ନିଖୋଜ – ଖୋଜି ଖୋଜି ନୟାନ୍ତ ହେଲେଣି ଅଗ୍ନିଶମ ଓ ଓଡ୍ରାଫ ଦଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ବୁଢ଼ାପଙ୍କ ଗାଁ ନିକଟ କେନାଲରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଲେ…