ଆଞ୍ଚଳିକ ପାଣି ଘେରରେ ଲୋକ Angul OnlineSeptember 26, 2024September 26, 2024 ତାଳଚେର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ବର୍ଷା ଜଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର କଙ୍କିଳୀ ଗ୍ରାମ ପଂଚାୟତର ଦେହୁରୀ ସାହିରେ । ସୂଚନା ଅନୁସାରେ ଦେହୁରିସାହିକୁ ଡ୍ରେନର ସୁବିଧା ନଥିବାରୁ ବର୍ଷା ଜଳ ସିଧାସଳଖ ଭାବେ ଘର ଭିତରେ ପଶୁଥିବାରୁ ୫ଟି ପରିବାର ଏବେ ପାଣି ଘେରରେ ରହିଛନ୍ତି । ଘର ଭିତରେ ଏକ ଫୁଟର ପାଣି ରହିଥିବା ବେଳେ ଗତକାଲି ଠାରୁ ଉପବାସରେ ରହିଛନ୍ତି ସମସ୍ତ ପରିବାର । ତେବେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସାହି ବାସିନ୍ଦା ଦାବି କରିଛନ୍ତି । ବାରମ୍ବାର ଡ୍ରେନ ପାଇଁ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ବର୍ଷା ଦିନେ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ସାହି ବାସିନ୍ଦା ଅଭିଯୋଗ ଆଣିଛନ୍ତି । ଗତକାଲି ତାଳଚେରରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଚାରିଆଡେ ଜଳମୟ ପରିବେଶ ସୃଷ୍ଟି ହୋଇଛି । Advertisement
୨୦ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ମେଳା ଅନୁଗୁଳ – ଅନୁଗୁଳ ବିଜୁ ମୈଦାନଠାରେ ଅନୁଗୁଳ ମେଳା ଅନୁଷ୍ଠିତ ହୋଇଯାଇଅଛି । ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା…
ବରିଷ୍ଠ ସମ୍ବାଦିକଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ବୁଧବାର ପରଲୋକ ହୋଇ ଯାଇଛି । ମୃତ୍ୟୁ…
ଖୁଣ୍ଟରେ ପିଟି ହୋଇ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲାସିଙ୍ଗା ବାଲିସାହି ଛକ ଠାରେ ଖୁଣ୍ଟରେ ପିଟି ହୋଇ ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି ।…