ଆଞ୍ଚଳିକ ପାଣି ଘେରରେ ଲୋକ Angul OnlineSeptember 26, 2024September 26, 2024 ତାଳଚେର – ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରେ ପଶିଲା ବର୍ଷା ଜଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର କଙ୍କିଳୀ ଗ୍ରାମ ପଂଚାୟତର ଦେହୁରୀ ସାହିରେ । ସୂଚନା ଅନୁସାରେ ଦେହୁରିସାହିକୁ ଡ୍ରେନର ସୁବିଧା ନଥିବାରୁ ବର୍ଷା ଜଳ ସିଧାସଳଖ ଭାବେ ଘର ଭିତରେ ପଶୁଥିବାରୁ ୫ଟି ପରିବାର ଏବେ ପାଣି ଘେରରେ ରହିଛନ୍ତି । ଘର ଭିତରେ ଏକ ଫୁଟର ପାଣି ରହିଥିବା ବେଳେ ଗତକାଲି ଠାରୁ ଉପବାସରେ ରହିଛନ୍ତି ସମସ୍ତ ପରିବାର । ତେବେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସାହି ବାସିନ୍ଦା ଦାବି କରିଛନ୍ତି । ବାରମ୍ବାର ଡ୍ରେନ ପାଇଁ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ବର୍ଷା ଦିନେ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ସାହି ବାସିନ୍ଦା ଅଭିଯୋଗ ଆଣିଛନ୍ତି । ଗତକାଲି ତାଳଚେରରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଚାରିଆଡେ ଜଳମୟ ପରିବେଶ ସୃଷ୍ଟି ହୋଇଛି । Advertisement
ଟ୍ରକ ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା ଦେଈ ଯାଇଥିବା ଅନୁଗୋଳ ସମ୍ବଲପୁର 55ନଂ ଜାତୀୟ ରାଜପଥର ଭାଗିରଥିପୁର ଛକରେ ରବିବାର ଟ୍ରକ ଧକ୍କାରେ ଜଣେ…
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଖୁସି ମନାଇଲେ କର୍ମୀ ଅନୁଗୁଳ – ଭାରତ ବର୍ଷର ଅପ୍ରତିଦ୍ବନ୍ଦି ନେତା ତଥା ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପ୍ରିୟ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଆଜି ଅନୁଗୁଳର ବିଭିନ୍ନ ସ୍ଥାନରେ ପାଳନ…
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖା ଗଠିତ ଅନୁଗୁଳ – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖାର ବୈଠକ ପ୍ରତିଷ୍ଠାନର ରାଜ୍ୟ ଶାଖାର ମୁଖ୍ୟ ମାର୍ଗଦର୍ଶିକା ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ବାଜି ରାଉତ ଛାତ୍ରାବାସର…