ଆଞ୍ଚଳିକ ବଜ୍ରପାତରେ ଚାଷୀ ମୃତ Angul OnlineJune 29, 2022June 29, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମପଞ୍ଚାୟତର ଚାକୁଣ୍ଡାମୁଣ୍ଡା ସାହିରେ ବୁଧବାର ଅପରାହ୍ନ ୫ଟା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ହେଲେ ଚାକୁଣ୍ଡାମୁଣ୍ଡା ସାହିର ୪୨ ବର୍ଷୀୟ ଚନ୍ଦନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଚାକୁଣ୍ଡାମୁଣ୍ଡା ସାହିର ଚନ୍ଦନ ସାହୁ ବୁଧବାର ଅପରାହ୍ନରେ ନିଜ ଘର ଠାରୁ ୧୦୦ ମିଟରେ ଦୂରରେ ଥିବା ବିଲକୁ ଘାସ ମରା ଔଷଧ ମାରିବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା । ବଜ୍ରପାତ ଫଳରେ ସେ ବିଲରେ ହଠାତ ବେହୋଶ ହୋଇ ପଡିଯାଇଥିଲେ । ଏହା ଦେଖି ପାଖ ବିଲରେ କାର୍ଯ୍ୟକରୁଥିବା ଚାଷୀମାନେ ପରିବାର ଲୋକଙ୍କୁ ଖବର ଦେବା ସହିତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । Advertisement
ବିଧାୟକଙ୍କ ନାମରେ ମିଥ୍ୟା ଅପପ୍ରଚାର – ଥାନାର ଦ୍ୱାରସ୍ଥ ହେଲେ ବିଧାୟକଙ୍କ ଭାଇ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଷଣ୍ଢପାଳ ଠାରେ ତାଳଚେର ବିଧାୟକ ଖେଳ ପଡିଆକୁ ହଳ କରିଥିବା ନେଇ ବିଭିନ୍ନ ଖବର କାଗଜରେ ଅପପ୍ରଚାର କରାଯାଇଥିବା…
ପିଟିସିର ୮୬ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ କଲେ ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଟ୍ରେନିଂ କଲେଜ ନିର୍ମାଣ ହେବାର ୮୬ ବର୍ଷ ପୂର୍ତ୍ତି ହୋଇଛି । ୧୯୨୭ ମସିହାରେ ନିର୍ମାଣ ହୋଇଥିବା ଏହି କଲେଜ…
ଇକୋ ପାର୍କ ସମେତ ଅନ୍ୟାନ୍ୟ ପାର୍କର ହେବ ନବୀକରଣ ଅନୁଗୁଳ – ଅନୁଗୁଳ ସହର ଶିକ୍ଷାକପଡ଼ାରେ ଥିବା ଇକୋ ପାର୍କ ଆଜି ଜିଲ୍ଲାପାଳ ଅବଦୁଲ ଅଖତାର ବୁଲି ଦେଖିଛନ୍ତି । ବିଗତ କିଛି ବର୍ଷ ହେଲା ଉଜୁଡି…