ଆଞ୍ଚଳିକ ବଜ୍ରପାତରେ ଚାଷୀ ମୃତ Angul OnlineJune 29, 2022June 29, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମପଞ୍ଚାୟତର ଚାକୁଣ୍ଡାମୁଣ୍ଡା ସାହିରେ ବୁଧବାର ଅପରାହ୍ନ ୫ଟା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ହେଲେ ଚାକୁଣ୍ଡାମୁଣ୍ଡା ସାହିର ୪୨ ବର୍ଷୀୟ ଚନ୍ଦନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଚାକୁଣ୍ଡାମୁଣ୍ଡା ସାହିର ଚନ୍ଦନ ସାହୁ ବୁଧବାର ଅପରାହ୍ନରେ ନିଜ ଘର ଠାରୁ ୧୦୦ ମିଟରେ ଦୂରରେ ଥିବା ବିଲକୁ ଘାସ ମରା ଔଷଧ ମାରିବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା । ବଜ୍ରପାତ ଫଳରେ ସେ ବିଲରେ ହଠାତ ବେହୋଶ ହୋଇ ପଡିଯାଇଥିଲେ । ଏହା ଦେଖି ପାଖ ବିଲରେ କାର୍ଯ୍ୟକରୁଥିବା ଚାଷୀମାନେ ପରିବାର ଲୋକଙ୍କୁ ଖବର ଦେବା ସହିତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । Advertisement
ମେଡ଼ିକାଲ କଲେଜରେ ସିଟ୍ ଅନୁମୋଦନ – ସରକାରଙ୍କୁ ଧନ୍ୟବାଦ ଜଣାଇଲେ ସ୍ବେଛାସେବୀ ଅନୁଗୁଳ – ତାଳଚେର ମେଡିକାଲ କଲେଜ୍ କୁ ବିଧିବଦ୍ଧ ଅନୁମୋଦନ ମିଳିଥିବାରୁ ଅନୁଗୁଳ ସ୍ବେଛାସେବୀ ମାନଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଅନୁଗୁଳ…
ଲିଟିଲ ହାର୍ଟସ ପରିଚାଳନା ନିର୍ଦ୍ଦେଶକଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ହେମନ୍ତ ଗୋହିଲଙ୍କ ମଙ୍ଗଳବାର ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି…
ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ – ସମାଧାନ ଦାବିରେ ଅନଶନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସମାଧାନ ପାଇଁ ୧୧ଦଫା ଦାବିରେ “ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି” ପକ୍ଷରୁ ଆଜି ପୂର୍ବାହ୍ନ ଜିଲ୍ଲାପାଳଙ୍କ…