ଆଞ୍ଚଳିକ ବଜ୍ରପାତରେ ଚାଷୀ ମୃତ Angul OnlineJune 29, 2022June 29, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମପଞ୍ଚାୟତର ଚାକୁଣ୍ଡାମୁଣ୍ଡା ସାହିରେ ବୁଧବାର ଅପରାହ୍ନ ୫ଟା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ହେଲେ ଚାକୁଣ୍ଡାମୁଣ୍ଡା ସାହିର ୪୨ ବର୍ଷୀୟ ଚନ୍ଦନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଚାକୁଣ୍ଡାମୁଣ୍ଡା ସାହିର ଚନ୍ଦନ ସାହୁ ବୁଧବାର ଅପରାହ୍ନରେ ନିଜ ଘର ଠାରୁ ୧୦୦ ମିଟରେ ଦୂରରେ ଥିବା ବିଲକୁ ଘାସ ମରା ଔଷଧ ମାରିବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା । ବଜ୍ରପାତ ଫଳରେ ସେ ବିଲରେ ହଠାତ ବେହୋଶ ହୋଇ ପଡିଯାଇଥିଲେ । ଏହା ଦେଖି ପାଖ ବିଲରେ କାର୍ଯ୍ୟକରୁଥିବା ଚାଷୀମାନେ ପରିବାର ଲୋକଙ୍କୁ ଖବର ଦେବା ସହିତ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଚଳାଇଛି । Advertisement
ଜାତୀୟ ପ୍ରେସ ଦିବସ ପାଳିତ – ସୁଧୀରେନ୍ଦ୍ର ପରିଜା ସମ୍ମାନିତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ମାନଙ୍କ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇ ଯାଇଛି । ଅନୁଗୁଳ ଜିଲ୍ଲା ସଦର ମହକୁମାଠାରେ କାର୍ଯ୍ୟରତ…
କେ ଆର ଏଣ୍ଟରପାଇଜେସ ପ୍ଲାଣ୍ଟ ନାମରେ ଗୁରୁତର ଅଭିଯୋଗ ଆଣିଲେ ସମାଜସେବୀ ଅନୁଗୁଳ – ଯୁବ ସମାଜସେବୀ ସଂଗଠନ (ତାଳଚେର)ର ସଭାପତି ଜତିନ କୁମାର ମହାନ୍ତି କେ ଆର ଏଣ୍ଟରପାଇଜେସ କଂପାନୀ ନାମରେ ଆଣିଛନ୍ତି ଗୁରୁତର ଅଭିଯୋଗ । ବୁଧବାର…
ନବଜାତ ଶିଶୁ ପୁତ୍ର ଓ ସ୍ତ୍ରୀ କୁ ଛାଡ଼ି ସ୍ବାମୀ ଫେରାର, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ମହିଳା ଅନୁଗୁଳ – ଏକ ସତର ଦିନର ଶିଶୁ ପୁତ୍ର କୁ ଧରି ଜଣେ ମହିଳା ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରି ଆସିଥିଲେ ଯେ, ତାଙ୍କୁ…