ଦୋସା ପ୍ରସ୍ତୁତ ବେଳେ ଅଗ୍ନୀକାଣ୍ଡ – ଜଳିଗଲା ଦଶ ଦୋକାନ

ଅନୁଗୁଳ – ଅନୁଗୁଳ ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ । ବନ୍ତଳା ବଜାରରେ ଅଗ୍ନିକାଣ୍ଡ ଯହୁଁ ଜଳିଗଲା ପ୍ରାୟ ୧୦ ଟି ଦୋକାନ । ତିନୋଟି ଦୋକାନ ସମ୍ପୂର୍ଣ୍ଣ ଜାଳି ପୋଡି ପାଉଁଶ ହୋଇ ଯାଇଥିବା ବେଳେ ବାକି ଦୋକାନ ଗୁଡିକର ମଧ୍ୟ ଅନେକ କ୍ଷୟକ୍ଷତି ହୋଇଛି ।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ଚାରିଟା ଟା ବେଳେ ବନ୍ତଳା ଛକରେ ଥିବା ଏକ ଜଳଖିଆ ଦୋକାନରେ ଦୋସା ପ୍ରସ୍ତୁତ ହେଉଥିଲା।ଶି ଦୋଷା ପ୍ରସ୍ତୁତ ବେଳେ ହଠାତ ଅଗ୍ନିକାଂ ହୋଇଥିଲା । ଆଉ ସଂଗେ ସଂଗେ ଏହା ଭୟାବହ ରୂପ ନେଇଥିଲା । ପାଖରେ ଥିବା ଚାରୋଟି ରନ୍ଧନ ଗ୍ୟାସ ଟାଙ୍କିରେ ମଧ୍ୟ ନିଆଁ ଧରି ନେଇଥିଲା । ଗ୍ୟାସ ଟାଙ୍କି ଗୁଡିକ ନିଆଁ ଲାଗିବା ପରେ ଅଗ୍ନିକାଣ୍ଡ ଆଖପାଖ ଦୋକାନକୁ ମଧ୍ୟ ବ୍ୟାପିଥିଲା । ଏକ ପୂଜା ସାମଗ୍ରୀ ଦୋକାନରେ ନିଆଁ ଲାଗିବା ପରେ ସେଥିରେ ଥିବା ତେଲ , ଘିଅ ଆଉ ଅନ୍ୟାନ୍ୟ ସାମଗ୍ରୀ ହୁ ହୁ ହୋଇ ଜଳିବା ଆରମ୍ଭ କରି ଦେଇଥିଲା । ବନ୍ତଳା ଅଗ୍ନିଶମ ବିଭାଗ ପ୍ରଥମେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା । ପ୍ରଥମେ ପାଣି ସୁବିଧା ନଥିବାରୁ ସାମାନ୍ୟ ଅସୁଥିବା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ନିକଟସ୍ଥ ଏକ ପୋଖରୀରୁ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରା ଯାଇଥିଲା । ତେବେ ନିଆଁ ଆୟତ ନ ହେବାରୁ ପୁଣି ଅନୁଗୁଳରୁ ଦୁଇଟି , ବଅଁରପାଳରୁ ଗୋଟିଏ ଦମକଳ ଗାଡି ଏବଂ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଏକ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ମୋଟ ତିନୋଟି ଅଗ୍ନିଶମ ବିଭାଗର ପ୍ରାୟ ୨୦ ଜଣ କର୍ମଚାରୀ ଓ ୪ ଟି ଦମକଳ ଗାଡି ପ୍ରାୟ ତିନି ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ କରିବାକୁ ସକ୍ଷମ ହୋଇଥିଲେ । ତେବେ ସେତେବେଳକୁ ଜଳଖିଆ ଦୋକାନ , ପୂଜା ସାମଗ୍ରୀ ଦୋକାନ ଓ ଏକ ଲୁଗା ଦୋକାନ ସମ୍ପୂର୍ଣ୍ଣ ପୋଡି ଯାଇଥିଲା । ଏହା ସହ ଦୁଇଟି ମୋବାଇଲ ଦୋକାନ , ପାନ ଦୋକାନ ଭଳି ପ୍ରାୟ ୭ ଟି ଦୋକାନ ଗୁଡିକ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି କ୍ଷୟକ୍ଷତିର ଆକଳନ କରା ଯାଇ ପାରି ନାହିଁ ।

ସେପଟେ ଖବର ପାଇ ଅନୁଗୁଳ ଗିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ , ଅନୁଗୁଳ ଉପ-ଜିଲ୍ଲାପାଳ , ସମାଜସେବୀ ବିପ୍ଳବ ଜେନା ଆଦି ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ହୋଇଥିବା ଦୋକାନୀ ମାନଙ୍କ ସହ ଆଲୋଚନା୍ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page