ମୁଖ୍ୟ ଖବର ବଡ ଅଘଟଣରୁ ଟଳିଲା ଇଣ୍ଟରସିଟି – ବ୍ରେକରୁ ଲାଗିଲା ନିଆଁ Angul OnlineMarch 22, 2024March 22, 2024 ଅନୁଗୁଳ – ରାଉରକେଲା ଇଣ୍ଟରସିଟି ଟ୍ରେନରେ ଆଜି ନିଆଁ ଲାଗି ଯାଇଥିବା ବେଳେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ସ୍ଥାନିୟ ଲୋକଙ୍କ ସହଯୋଗ ଯୋଗୁଁ ଏକ ବଡ ଅଘଟଣରୁ ରକ୍ଷା ମିଳି ଯାଇଛି I ଅନୁଗୁଳ ଜିଲ୍ଲା ବାମୁର ନିକଟ କୁଳଡଙ୍ଗିଆଣି ଗାଁ ନିକଟରେ ଏଭଳି ଘଟଣା ଘଟିଥିଲା I ସୁଚନା ଅନୁସାରେ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା ଇଣ୍ଟରସିଟି ଟ୍ରେନ(୨୨୮୪୦) ଆଜି ଅପରାହ୍ନ ପ୍ରାୟ ୫ ଟା ବେଳେ ଅନୁଗୁଳ ଜିଲ୍ଲା କୁଳଡଙ୍ଗିଆଣି ନିକଟରେ ହୋଇଥିବା ବେଳେ ଟ୍ରେନ ଇଞ୍ଜିନର ଠିକ ପଛରେ ଥିବା ଲଗେଜ ବଗିର ଚକରୁ ଧୂଆଁ ବାହାରିଥିଲା I ଏହା ଦେଖି ଚାଳକ ତୁରନ୍ତ ଟ୍ରେନକୁ ଅଟକାଇବା ସହ ବ୍ରେକ ଏୟାର ଯୋଗୁଁ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ I ଧୁଆଁ ସଙ୍ଗେ ସଙ୍ଗେ ଏତେ ଜୋରରେ ବାହାରିଥିଲା ଯେ ଟ୍ରେନରେ ଥିବା ଲୋକ ଭୟଭିତ ହୋଇ ଟ୍ରେନରୁ ଓଲ୍ହାଇ ପଡିଥିଲେ I ତେବେ ଟ୍ରେନର ଷ୍ଟାଫ , ସ୍ଥାନୀୟ ଗ୍ରାମବାସୀ ସମେତ ଟ୍ରେନରେ ଥିବା ଲୋକ ନିଆଁକୁ ଆୟତ କରି ନେଇଥିଲେ I ଫଳରେ ନିଆଁ ବ୍ଯାପି ବଡ ଅଘଟଣ ଘଟିବା ପୁର୍ବରୁ ପରିସ୍ଥିତି ନିୟନ୍ତ୍ରଣ କରା ଯାଇ ପାରିଥିଲା I ପ୍ରାୟ ୪୫ ମିନିଟ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିବା ପରେ ଟ୍ରେନ ଗନ୍ତବ୍ଯ ପଥରେ ଯାଇଥିଲା I Advertisement
ଭରତପୁର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା MCL ଭରତପୁର ଏରିଆର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଷ୍ଟୋରରେ ଥିବା ଲକ୍ଷାଧିକ…
ସ୍ବାମୀଙ୍କ ସହ ମୋଟରସାଇକେଲରେ ଯାଉଥିଲେ ମହିଳା- ପଡିଯିବା ପରେ ଚଢିଗଲା ଟ୍ରକ୍ ଅନୁଗୋଳ – ସ୍ୱାମୀ ସହ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ମୋଟରସାଇକେଲରୁ ପଡିଗଲେ ସ୍ତ୍ରୀ । ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ…
ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ ଅନୁଗୁଳ – ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୁରୁବାର ବସ ଷ୍ଟାଣ୍ଡ , ବଜାର , ଅମଲାପଡ଼ା ତଥା ଏହାର ଆଖପାଖରେ ଖୋଲିଥିବା ବିଭିନ୍ନ…