ମୁଖ୍ୟ ଖବର ନାନୀ-ଭଉଣୀ ଉପରେ ଚଢିଗଲା ହାଇୱା – ଜଣେ ମୃତ Angul OnlineSeptember 6, 2021September 6, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ନଗଦିପୁର ଗ୍ରାମ ନିକଟରେ ସ୍କୁଟିରେ ଯାଉଥିବା ନାନୀ-ଭଉଣୀଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ସଞ୍ଜାମୁରା ପଞ୍ଚୟତର ପ୍ରୀତିସୁମନ ଓ ଅମ୍ରିତା ନାୟକ ଦୁଇ ନାନୀ-ଭଉଣୀ ଅନୁଗୁଳରୁ ନିଜ ଗାଁ ବାଟିମୁଣ୍ଡାକୁ ସ୍କୁଟିରେ ଫେରୁଥିଲେ । ନଗଦିପୁର ଗ୍ରାମ ନିକଟ ହେବା ସମୟରେ ଏକ ବାଲି ବୋଝେଇ ହାଇୱା ଗାଡି ଦୁଇ ଭଉଣୀଙ୍କର ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସାନ ଭଉଣୀ ପ୍ରୀତିସୁମନ ନାୟକଙ୍କର ମୃତ୍ୟୁ ହୋଇଥିଲା । ବଡ଼ ଭଉଣୀ ଅମିତା ନାୟକକୁ ଗୁରୁତର ଅବସ୍ଥାରେ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ କରୁଛି । Advertisement
୪ ତାରିଖ ତାଳଚେର ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତାକାଲି(୪ ତାରିଖ) ୨୪ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଥିବା ବେଳେ…
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବ୍ଲକ ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆକ୍ରମଣରେ ଆଜି ସକାଳୁ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ବୃଦ୍ଧ ଜଣଙ୍କ ଶୌଚ ହେବାକୁ…
ଆପତ୍ତିଜନକ ଫଟୋ ଭାଇରାଲ ପରେ ଇସ୍ତଫା ଦେଲେ ବିଜେପି ନେତା ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀର କ୍ଷେମଳା ମଣ୍ଡଳ ର ବିଜେପି ଯୁବମୋର୍ଚା ସଭାପତି ଧର୍ମେନ୍ଦ୍ର ମହାନ୍ତ ବିଜେପି ରୁ ଇସ୍ତଫା ଦେଇଛନ୍ତି ।…