୪ ତାରିଖ ତାଳଚେର ବନ୍ଦ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତାକାଲି(୪ ତାରିଖ) ୨୪ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆ ଯାଇଥିବା ବେଳେ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ସୂଚନା ଅନୁସାରେ କ୍ରିୟାନୁଷ୍ଠାନ କମିଟି କହିବା କଥା ଯେ ମେଡିକାଲ କଲେଜ ଚଳାଇବା ପାଇଁ ଏମସିଏଲ ଟଙ୍କା ଦେବାକୁ ରାଜି ହେବବା ସହ ରାଜ୍ୟ ସରକାର ଏହାକୁ ଚଳାଇବେ ବୋଲି ଘୋଷଣା କଲେ । ହେଲେ ଏହା ଭିତରେ ପ୍ରାୟ ଏକମାସ ବିତି ଗଲାଣି । କିନ୍ତୁ ଆଉ କିଛି ଅଗ୍ରଗତି ହେଉ ନାହିଁ କି ଛାତ୍ରଛାତ୍ରୀ ମାନଙ୍କର ଆଡମିସନ କରା ଯାଉନାହିଁ । ଏଣୁ ଏହାର ପ୍ରତିବାଦ କରିବା ସହ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ କ୍ରିୟାନୁଷ୍ଠାନ କମିଟି ଏହି ବନ୍ଦ ଡାକରା ଦେଇଛି । ଏହାକୁ ବସ ଆସୋସିଏସନ ମଧ୍ୟ ସମର୍ଥନ ଜଣାଇଥିବା ଜଣା ପଡିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page