ଖେଳ ଓ ଖେଳାଳି ଅନୁଗୁଳରେ ହେବ ପ୍ରଥମ ରାଜ୍ୟସ୍ତରୀୟ ନିମନ୍ତ୍ରଣ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ Angul OnlineMarch 14, 2024March 14, 2024 ଅନୁଗୁଳ – ଅନୁଗୁଳର କ୍ରୀଡା ଅନୁଷ୍ଠାନ ବ୍ୟାଡ଼ମିଣ୍ଟନ କ୍ଲବ ଆନୁକୂଲ୍ୟରେ ପ୍ରଥମ ରାଜ୍ୟସ୍ତରୀୟ ନିମନ୍ତ୍ରଣ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଅନୁଗୋଳ ଷ୍ଟାଡିଅମ ପରିସରରେ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ଠାରେ ଆୟୋଜନ ହେବାକୁ ଯାଉଛି । ଏହି ଟୁର୍ନାମେଣ୍ଟ ଚଳିତ ମାସ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ । ଟୁର୍ନାମେଣ୍ଟ ରେ ସାରା ଓଡ଼ିଶାରୁ ପ୍ରାୟ ୧୦୦ ଟି ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି । ଏହା ଅନୁଗୁଳରେ ପ୍ରଥମ କରି ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଅଛି । ଆମ ଜିଲ୍ଲାରେ ବ୍ୟାଡ଼ମିଣ୍ଟନ କ୍ରୀଡାର ପ୍ରସାର ଓ ଉନ୍ନତି ଅନୁଷ୍ଠାନର ପ୍ରଥମ ଲକ୍ଷ । ଏହି ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷ ଓ ୧୩ ବର୍ଷ ବାଳକ ଓ ବାଳିକା ମଧ୍ୟରେ ପ୍ରତିଯୋଗିତା ହେବ । ୧୬ ଓ ୧୭ ତାରିଖରେ ସମଗ୍ର ଓଡିଶା ବରିଷ୍ଠ ଡବଲ ଓ ମିକ୍ସ ଡବଲ ଖେଳ ପ୍ରତିଯୋଗିତା ହେବ । ସକାଳ ୯ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପ୍ରତିଯୋଗିତା ହେବ । ଉଦଘାଟନ ଦିବସରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଓ ଉଦଯାପନ ଦିବସରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ବ୍ୟାଡ଼ମିଣ୍ଟନ ଖେଳାଳି ତଥା ଭିନ୍ନକ୍ଷମ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ଆଜି ବ୍ୟାଡ଼ମିଣ୍ଟନ କ୍ଳବ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ଲବର ସଭାପତି ଆଇନଜୀବି ହିମାଂଶୁ ଭୂଷଣ ସାମଲ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ, ସାଧାରଣ ସମ୍ପାଦକ ପ୍ରଦ୍ୟୁତ କୁମାର ଘୋଷ, ଜିଲ୍ଲା ବ୍ୟାଡ଼ମିଣ୍ଟନ ସଙ୍ଘର ସମ୍ପାଦକ ସ୍ୱାଧୀନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । Advertisement
ମନସୁନ୍ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ଅନୁଗୁଳ – ସ୍ଥାନୀୟ ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଆଜି ଉଦ୍ଘାଟିତ ହୋଇଛି ମନ୍ସୁନ କ୍ରିକେଟ୍ ପ୍ରତିଯୋଗିତା । ଏମ୍ବିସିସି ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ…
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…
ରାଜ୍ୟ ଆଥେଲେଟିକ ମିଟରେ ଅନୁଗୁଳକୁ ୧୧ ପଦକ ଅନୁଗୁଳ – ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପଡ଼ିଆରେ ନିକଟରେ ଆୟୋଜିତ ୬୮ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ଐତିହାସିକ ସଫଳତା ମିଳିଛି ।…