ଖେଳ ଓ ଖେଳାଳି କଦମ ପଡିଆରେ ହେବ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ Angul OnlineJuly 8, 2021July 8, 2021 ଅନୁଗୁଳ – ଅନୁଗୁଳରେ ଜାତୀୟ ସ୍ତରୀୟ କ୍ରିକେଟ ଏକାଡେମୀ ପାଇଁ ଓଡିଶା କ୍ରିକେଟ ଆସୋସିଏସନର କର୍ମକର୍ତା ମାନେ କଦମ ପଡିଆ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ କଦମ ପଡିଆର ଉନ୍ନତିକରଣ ସହ ନୂତନ ଭିତିପ୍ରସ୍ଥର ସ୍ଥାପନା ପାଇଁ ସବିଶେଷ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା କ୍ରିକେଟ ଆସୋସିଏସନର ଉପସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ , ଗ୍ରାଉଣ୍ଡ କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ ଧିରେନ ପଳେଇ , କମିଟିର ସଦସ୍ୟ ଡାନିଏଲ ରାଉତ , ଦେବାଶିଷ ପଢି , ପିଚ କ୍ୟୁରେଟର ହୃଷିକେଶ ସିଂ, ଇଞ୍ଜିନିଅର କମିଟି ଇଞ୍ଜିନିଅର କରିଏସ ଇଣ୍ଡିଆର ଆଲୋକ କୁମାର ଓ ଏହା ସହ ଅନୁଗୁଳ ଜ଼ିଲ୍ଲାର ଜ଼ିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଉପସ୍ଥିତ ରହି କାର୍ଯ୍ୟ ର ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜ଼ିଲ୍ଲା କ୍ରିକେଟ ସାଂସଦର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ , ସମ୍ପାଦକ ସାଗର ମିଶ୍ର, ସହ ସମ୍ପାଦକ ଗଙ୍ଗାଧର ପଟନାୟକ ଓ ସତେନ୍ଦ୍ର ପ୍ରଧାନ, ଉପସଭାପତି ପ୍ରଭାତ ସିହ୍ନା ଓ ଅରୁଣ ପଶୁପାଳକ, କୋଷାଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ଧୀରସାମନ୍ତ , ଓଡିଶା କ୍ରିକେଟ ଆଶୋସିଏସନର ପ୍ୟାନେଲ ଆମ୍ପାୟାର ଜୟ କୃଷ୍ଣ ରାଉତ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । Advertisement
ଜିଲ୍ଲାସ୍ତରୀୟ ଫିଫା ବିଶ୍ୱକପ ଆୟୋଜିତ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଫିଫା ମହିଳା ବିଶ୍ଵକପ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି…
କଳାହାଣ୍ଡି କପ – ୧୫ ଜଣିଆ ଅନୁଗୁଳ ଦଳ ଘୋଷଣା ଅନୁଗୁଳ – କଳାହାଣ୍ଡି କପ୍ ପାଇଁ ଅନୁଗୁଳ କ୍ରିକେଟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ…
ମସଲମାନିଆ ଇଣ୍ଡିଆ ଚାମ୍ପିଆନ ସିପରେ ଚମକିଲେ ବିଦୁର ଅନୁଗୁଳ – ଦିଲ୍ଲୀରେ ଚମକିଲେ ଅନୁଗୁଳର ପୁଅ ବିଦୁର । ଶହ ଶହ ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇ ଅନୁଗୁଳର ବିଦୁର କୁମାର ମହାପାତ୍ର ମସଲମାନିଆ ଇଣ୍ଡିଆ ୨୦୨୧…