ଖେଳ ଓ ଖେଳାଳି କଳାହାଣ୍ଡି କପ – ୧୫ ଜଣିଆ ଅନୁଗୁଳ ଦଳ ଘୋଷଣା Angul OnlineApril 16, 2022April 16, 2022 ଅନୁଗୁଳ – କଳାହାଣ୍ଡି କପ୍ ପାଇଁ ଅନୁଗୁଳ କ୍ରିକେଟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ କରାଯାଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନିର୍ନିମେଶ ଜେନା , ସୋହମରାଜ ମହାପାତ୍ର , ମିଲନ ସାମଲ , ରାକେଶ ବିଶ୍ଵାଳ , ଚନ୍ଦନ ସାହୁ , ଦୀପକ ତିୱାରୀ , ରାକେଶ ଗୋଛାୟତ (ୱିକେଟ କିପର) , କ୍ରାନ୍ତିରଞ୍ଜନ ଅମାନ୍ତ , ସତ୍ୟବ୍ରତ ସିଂହ , ସନ୍ଦିପ ସିଂହ , ବିକାଶ ସାହୁ , ଆଶୁତୋଷ ମହାରଣା , ହରପ୍ରୀତ ସିଂହ ଓ ଚିନ୍ମୟ ନସ୍କର ସ୍ଥାନ ପାଇଛନ୍ତି । ଏହି ଦଳ ପାଇଁ ମିଲନ୍ ସାହୁ କୋଚ୍ ନିଯୁକ୍ତ ହୋଇଥିବା ବେଳେ ସଞ୍ଜୀବ ପାତ୍ର ଶାରୀରିକ ପ୍ରଶିକ୍ଷକ ସହିତ ଦଳର ପରିଚାଳକ ଦାୟିତ୍ଵ ତୁଲାଇବେ । ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଥିବାରୁ ଦଳ ସୁପର୍-୬ରେ ପହଞ୍ଚିବା ନେଇ କୋଚ୍ ଓ ପରିଚାଳକ ଆଶାବ୍ୟକ୍ତ କରିଛନ୍ତି । ଅନୁଗୁଳ ଦଳ ତା’ର ଅଭିଯାନ ୧୮ ତାରିଖରୁ ଆରମ୍ଭ କରିବ । ଦଳ ପ୍ରଥମ ମ୍ୟାଚ୍ ୧୮ ତାରିଖରେ ବରଗଡ଼ , ୧୯ ତାରିଖରେ ବୌଦ୍ଧ , ୨୦ରେ ଭଦ୍ରକ , ୨୨ରେ କିଟ୍ ଓ ୨୩ରେ ଗଞ୍ଜାମ ବିପକ୍ଷରେ ଖେଳିବ ବୋଲି ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । Advertisement
୧୦ମ ହେମସୁରପଡା କପ ଉଦଘାଟିତ ଅନୁଗୁଳ- ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆନୁକୁଲ୍ୟରେ ୧୦ମ ହେମସୁରପଡା କପ ଉଦଘାଟିତ ହୋଇ ଯାଇଛି । ଟାଉନ ହାଇସ୍କୁଲ ପଡିଆଠାରେ ଖେଳା ଯାଉଥିବା ଏହି…
କ୍ରୀଡାବିଦଙ୍କୁ ଉପଖଣ୍ଡ କ୍ରୀଡା ସଂଘର ଉପେକ୍ଷା ଅଭିଯୋଗ ଅନୁଗୁଳ – ଅନୁଗୁଳ ଉପଖଣ୍ଡ କ୍ରୀଡା ସଂଘରେ ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଉପେକ୍ଷା କରାଯାଉଛି । ଯାହା ଫଳରେ ଛେଣ୍ଡିପଦା ଅଞ୍ଚଳର ଖେଳାଳି ମାନେ ଅଣଦେଖା ହେଉଛନ୍ତି…
ବାଗଡିଆ କପ୍ ଉଦ୍ଯାପିତ – କମାଣ୍ଡୋ ଇଲେଭେନ ଦଳ ବିଜୟୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ବାଗଡିଆ କ୍ରିକେଟ ଆସୋସିଏସନ ପକ୍ଷରୁ ବାଗଡିଆ କପ୍ କ୍ରିକେଟ ଉଦ୍ଯାପିତ…