ଖେଳ ଓ ଖେଳାଳି ଭୁବନେଶ୍ୱରକୁ ହରାଇ ଲୁଟୁ ୱାରୀଅରସ ଚମ୍ପିୟାନ Angul OnlineOctober 10, 2022October 10, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଳିଆପଡା ଠାରେ ଅଲ ଇଣ୍ଡିଆ ମିନାକ୍ଷୀ ମେମୋରିଆଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ ଅନୁଗୁଳ ଲୁଟୁ ୱାରୀଅରସ ଏବଂ ଭୁବନେଶ୍ୱରର ୟୁନିଟ ୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଲୁଟୁ ୱାରୀଅରସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୮ ଓଭରରେ ୧୦୫ ରନ କରିଥିଲା । ତେବେ ୧୦୬ ରନର ଲକ୍ଷ ନେଇ ଦ୍ଵିତୀୟରେ ବ୍ୟାଟିଂ କରିଥିବା ଭୁବନେଶ୍ୱର ଦଳ ୮ ଓଭରରେ ମାତ୍ର ୭୫ ରନ କରି ପରାଜୟ ସ୍ୱୀକାର କରିଥିଲା । ଏହି ଫାଇନାଲ ମ୍ୟାଚରେ ଲୁଟୁ ୱାରୀଅରସର ବିଜ୍ଞ ପ୍ରସାଦ ସାହୁ ମାତ୍ର ୨୦ ବଲରେ ୩୪ ରନ କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରା ଯାଇଥିଲା । ସେହିଭଳି ପୁରା ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଟ ଖେଳ ପ୍ରଦର୍ଶନ କରିଥିବାରୁ ଲୁଟୁ ୱାରୀଅରସର ଆକାଶ ଚନ୍ଦନକୁ ମ୍ୟାନ ଅଫ ଦ ସିରିଜ ପୁରସ୍କାର ପ୍ରଦାନ କରା ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଛେଳିଆପଡା କ୍ଲବ ଆୟୋଜନ କରିଥିଲା । Advertisement
ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ହାଣ୍ଡିଗୋଡା ଠାରେ ରବିବାର ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ହାଣ୍ଡିଗୋଡା ମା…
ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଶାସିଙ୍ଗ ଗ୍ରାମରେ ଅବସ୍ଥିତ ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ଏହା ଉଦଯାପିତ…
କବାଡି ଚମ୍ପିୟାନସିପ ଆରମ୍ଭ ଅନୁଗୁଳ – ଅନୁଗୁଳରେ ଆୟୋଜନ ହୋଇଛି ରାଜ୍ୟ ସ୍ଥରୀୟ ୭୦ ତମ ସିନିୟର କବାଡି ଚମ୍ପିୟାନସିପ । ରାଜ୍ୟ କବାଡି ଆସୋସିଏସନ ଓ ଅନୁଗୁଳ ଜିଲା ପ୍ରଶାସନର…