ଖେଳ ଓ ଖେଳାଳି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ Angul OnlineJanuary 11, 2021January 11, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ହାଣ୍ଡିଗୋଡା ଠାରେ ରବିବାର ଏକ ଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ହାଣ୍ଡିଗୋଡା ମା ଗ୍ରାମେଶ୍ୱରୀ ସ୍ପୋର୍ଟସ କ୍ଳବ ପରିଚାଳନାରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ କୁଣ୍ଢେଇଗୋଳା ,ଛେଣ୍ଡିପଦା ,ବ୍ରାହ୍ମଣବିଲ ,ଅନୁଗୋଳ ଡୋନା କ୍ଲବ ,ଢେଙ୍କାନାଳର ଟାଟାଷ୍ଟିଲ ,ଟାକୁଆ ,ପଥରମୁଣ୍ଡା ,ଡେରେଙ୍ଗ ଭଳି ୮ଟି ଭଲିବଲ ଦଳ ଅଂଶ ଗ୍ରହଣ କରିଥିଲେ । ଖେଳର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଯୋଗ ଦେଇ ଖେଳକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଭଲିବଲ ଦଳକୁ ନେଇ ଲିଗ ମ୍ୟଚ ଅନୁଷ୍ଠିତ ହୋଇଥିଲା । ଏହାର ଫାଇନାଲ ମ୍ୟାଚ ରାତ୍ରୀ ୮ଟା ବେଳେ ଟାକୁଆ ଓ କଣ୍ଢେଇଗୋଳା ମଧ୍ୟରେ ଆରମ୍ଭ ହୋଇଥିଲା । ଖେଳରେ ଟାକୁଆ ଦଳ ୩/୨ସେଟରେ କୁଣ୍ଢେଇଗୋଳାକୁ ହରାଇ ମା ଗ୍ରାମେଶ୍ୱରୀ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଏହି ଉଦ୍ଯାପିତ ଟୁର୍ଣ୍ଣାମେଣ୍ଟରେ ମୂଖ୍ୟ ଅତିଥି ଭାବେ ଭାଜପାର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଗସ୍ତୀ ବେହେରା ,ଗୋବିନ୍ଦ ନାଏକ ,ଗ୍ରାମ ସଭାପତି ଭରତ ନାୟକ ,ରଘୁନାଥ ପ୍ରଧାନ ,ଡିଲେଶ୍ୱର ପ୍ରଧାନ ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ଏବଂ ରନର୍ସ ଦଳକୁ କପ ଦେଇ ପୁରସ୍କୃତ କରିଥିଲେ । ଚିନ୍ମୟ କୁମାର ଦାଶ ଓ ଗୋବିନ୍ଦ ଅଧିକାରୀ ରେଫରୀ ଭାବେ ଖେଳକୁ ପରିଚାଳନା କରିଥିଲେ । ଭାଷ୍ୟକାର ନଗେନ ନାଥ ଧାରାବିବରଣୀ ଦେଇଥିବା ବେଳେ ଗ୍ରାମେଶ୍ୱରୀ ସ୍ପୋର୍ଟସ କ୍ଲବର ପ୍ରଶାନ୍ତ ପ୍ରଧାନ ,ପ୍ରଭାତ କୁମାର ପ୍ରଧାନ ,ପ୍ରଳୟ କୁମର ପ୍ରଧାନ ,ସୁବ୍ରତ କୁମାର ମାଝୀ ,ରଞ୍ଜନ ଦେହୁରୀ ,ସିର୍ଦ୍ଧାଥ ମାଝୀ ,ସୁନିଲ ଦେହୁରୀ ,ଆନନ୍ଦ ପ୍ରଧାନ ,ସୁମନ୍ତ ଦେହୁରୀ ,ତପନ ମାଝୀ ,ସୁନିଲ ପ୍ରଧାନ ଏବଂ କ୍ଲବର ସମସ୍ତ ସଭ୍ୟ ଯୋଗଦେଇ ପୁରସ୍କାର ବିତରଣ ଉତ୍ସବରେ ସହଯୋଗ କରିଥିଲେ । Advertisement
ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୋଲଡା ଠାରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଥମ ଶିବଶକ୍ତି ଭଲିବଲ ଟୁର୍ଣ୍ଣାମେଣ୍ଟରେ…
ବାଃ ବାଃ ରେ କଦମ ପଡିଆ – ଟେନିସ ବଲକୁ ହଁ , ଡ୍ୟୁଜ ବଲକୁ ନାଁ ଅନୁଗୁଳ – ଅନୁଗୁଳ ସଦର ମହକୁମାରେ ଜାତୀୟ ସ୍ତରର କ୍ରିକେଟ ମ୍ୟାଚ ପାଇଁ ଏକମାତ୍ର ଉପଯୋଗୀ ପଡିଆ କଦମ ପଡିଆ । ତେବେ ଏହି ପଡିଆର କର୍ମକର୍ତ୍ତା…
ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ – ସେମିଫାଇନାଲରେ ମୁହାଁମୁହିଁ ହେବେ ମୁମ୍ବାଇ, ଗୋଆ, ତେଲେଙ୍ଗାନା ଓ ରାଜସ୍ଥାନ ଅନୁଗୁଳ – ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ…