ଅପରାଧ ଚୋରା କୋଇଲା ଚାଲାଣ ବେଳେ ପୁଲିସ ଚଢ଼ଉ – ଟ୍ରକ୍ ଜବତ Angul OnlineApril 16, 2022April 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଇଁଛପଦା ଗାଁ ନିକଟରୁ ବେଆଇନ କୋଇଲା ଚାଲାଣ କରୁଥିବା ଏକ ଟ୍ରକ୍ ଛେଣ୍ଡିପଦା ପୁଲିସ ଜବତ କରିଛି । ଚଢ଼ଉ ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୁଲିସ କହିଛି । ସୂଚନା ଅନୁସାରେ ୫ ଟନ୍ ବେଆଇନ କୋଇଲା ବୋଝେଇ କରି ଏକ ଟ୍ରକ୍ କମ୍ପସଲାରୁ କଇଁଛପଦା ଦେଇ ବୁଢାପାଳ ଆଡକୁ ଯାଉଥିବା ଖବର ପୁଲିସକୁ ସୂଚନା ମିଳିଥିଲା । ଖବର ପାଇବା ପରେ ପୁଲିସ ଚଢ଼ଉ କରି ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଥିଲା । କିନ୍ତୁ ପୁଲିସକୁ ଚକମା ଦେଇ ଡ୍ରାଇଭର ଖସି ପଳାଇବାରେ ସଫଳ ହୋଇଥିଲା । ପୁଲିସ ଚୋରା ଚାଲାଣର ତଦନ୍ତ କରୁଛି । Advertisement
ବାଲ୍ୟବିବାହ ରୋକିଲା ପ୍ରଶାସନ – ବର ଓ କନ୍ୟା ସହ ପରିବାର ଥାନାରେ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନିକଟସ୍ଥ ଜରପଡା ଧବଳେଶ୍ବର ଶୈବ ପିଠରେ ଜୈନେକ ନାବାଳିକା ବିବାହ ଚଲିଥିବା ବେଳେ ଚାଇଡ୍ ହେଲପ୍ ଲାଇନ୍ ,…
ଆଜାଦ ହତ୍ୟାକାରୀ ସୁଦୀପ ଗିରଫ ଅନୁଗୁଳ – ଅନୁଗୁଳ ସହର ନାଖରାସାହିରେ ହୋଲି ଦିନ ହୋଇଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ସୁଦୀପ ସାମନ୍ତରାୟ ଓରଫ ମଣ୍ଟୁକୁ ପୁଲିସ ଗିରଫ କରିଛି । ତେବେ ରଙ୍ଗ…
୪୨ ଗ୍ରାମ ବ୍ରାଉନ ସୁଗାର ଜବତ , ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା କୋଳିୟାରୀ ଥାନା ଦେଉଳବେଡା କଲୋନୀ ଅଞ୍ଚଳରୁ ପୁଲିସ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…