ଅପରାଧ ନକଲି ସୁନା ବିକିବାକୁ ଯାଇ ଧରା ପଡିଲେ ତିନି ଠକ Angul OnlineFebruary 8, 2022February 8, 2022 ଅନୁଗୁଳ – ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସୁନା ପାଇଛୁ । ଆମେ ବିକିଦେବୁ , ଯାଞ୍ଚ କରି ଦେଖନ୍ତୁ , ଯଦି ଠିକ ଥିବା ତେବେ ନିଅନ୍ତୁ । ଏଭଳି କହି ନକଲି ସୁନା ବିକିବାକୁ ଚେଷ୍ଟା କରୁଥିବା ବେଳେ ତିନି ଜଣ ଠକ ଧରା ପଡିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ହେମସୁରପଡାର ଦଣ୍ଡି ବନ୍ଧ ନିକଟରେ ଥିବା କିଛି ଘରକୁ ପଶ୍ଚିମବଙ୍ଗର ତିନିଯୁବକ ଆସିଥିଲେ । ସେହି ଘର ଲୋକଙ୍କୁ ଏହି ତିନିଯୁବକ ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସେମାନେ ଏକ ୨୦୦ ଗ୍ରାମର ସୁନା ମୁଣ୍ଡା ପାଇଛନ୍ତି ଆଉ ତାକୁ ବିକିବାକୁ ଚାହୁଛନ୍ତି ବୋଲି କହିଥିଲେ । ଯଦି କିଣିବାକୁ ଚାହୁଁଛନ୍ତି ତେବେ ପରଖି ନିଅନ୍ତୁ ବୋଲି ମଧ୍ୟ କହିଥିଲେ । ତେବେ ଘର ଲୋକ ମାନଙ୍କର ସନ୍ଦେହ ହେବାରୁ ସେମାନେ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୁଲିସ ଘଟଣା ସ୍ଥଳକୁ ଯାଇ ତିନିଜଣ ଯୁବକଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଛି । ତେବେ ସୂଚନା ଅନୁସାରେ ସୁନା ପରଖିବାକୁ କହିବା ବେଳେ ସେମାନେ ଅସଲି ସୁନା ଦେଖାଇ ପରବର୍ତ୍ତୀ ସମୟରେ ସେହି ସୁନାକୁ ବଦଳାଇ ନକଲି ସୁନା ବଦଳରେ ଟଙ୍କା ନେଇ ଚମ୍ପଟ ମାରିଥାନ୍ତେ । ଏଭଳି ଠକଙ୍କ ହାବୁଡରେ ପୂର୍ବରୁ ଅନେକ ଲୋକ ପଡିବାର ନଜିର ମଧ୍ୟ ରହିଛି । Advertisement
ଗୁଳିମାଡରେ ଯୁବକ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଆଜି ରାତି ପ୍ରାୟ ୧୦ ତା ପରେ ଏକ ଗୁଳିକାଣ୍ଡ ଘଟିଥିବା ବେଳେ ଗୁଳି ମାଡରେ…
ଦଲାଲ ସାଜି ନିଲମ୍ବନ ହେଲେ ସରକାରୀ ବାବୁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟରେ ଦଲାଲ ସାଜି ନିଲମ୍ବନ ହୋଇଛନ୍ତି ସରକାରୀ ବାବୁ । ଗତ କିଛି ଦିନ ହେବ ସାମାଜିକ…
ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଶତ୍ରୁତା ପରେ ଟ୍ରକ ଚକା ତଳେ ଶୁଆଇ ମାରିଦେଲେ ତାଳଚେର – ଗତ ୫ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେର ଶିବରାମପୁର ଜଙ୍ଗଲରେ ହୋଇଥିବା ଯୁବକଙ୍କ ହତ୍ୟା ଘଟଣାର ପର୍ଦାଫାସ ତାଳଚେର ପୁଲିସ କରିଛି । ପ୍ରେମ…