ଅପରାଧ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ Angul OnlineFebruary 8, 2022February 8, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ହୋଇଛି । ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ଆଜି ସନ୍ଧ୍ୟା ୫ ଟା ବେଳେ ଘରୁ ବାହାରି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ଫେରି ନାହାନ୍ତି । ତାଙ୍କ ମୋବାଇଲ ସ୍ୱିଚ ଅଫ ରହିଥିବା ବେଳେ ପରିବାର ଲୋକ ଓ ଗ୍ରାମବାସୀ ମାନେ ବହୁ ସନ୍ଧାନ ନେବା ପରେ ମଧ୍ୟ ତାଙ୍କ ପତ୍ତା ମିଳି ନଥିଲା । ତାଙ୍କ ସ୍ତ୍ରୀଙ୍କ କହିବା କଥା ଯେ ସରପଞ୍ଚ ପ୍ରାର୍ଥୀ ହେବା ଦିନ ଠାରୁ ତାଙ୍କୁ ଧମକ ମିଳୁଥିଲା । ଏଣୁ ତାଙ୍କୁ ଅପହରଣ କରାଯାଇଛି ବୋଲି ତାଙ୍କ ସ୍ତ୍ରୀ ଏବଂ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପାଇ ଛେଣ୍ଡିପଦା ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ସିମ ବ୍ଲକ ହୋଇଯିବ କହି ଠକିନେଲେ ଏକ ଲକ୍ଷ ୨୫ ହଜାର ଅନୁଗୁଳ – କେୱାଇସିରେ ତୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଟାର୍ଗେଟ କରିଥିଲେ ସାଇବର ଠକ ।…
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ – ବୃଦ୍ଧ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ବାପା ଏ…
ମାଲିକାଣୀକୁ ହତ୍ୟା କରି ଘରୁ ଲୁଟ କଲା ଡ୍ରାଇଭର ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗାଁରେ ମାଲିକାଣୀକୁ ହତ୍ୟା କରି ଟଙ୍କା ସୁନା ଲୁଟ କଲା ଡ୍ରାଇଭର । ରାତିରେ ଘରେ ଅନ୍ୟ…