ଅପରାଧ ଗୋଦାମରୁ ଚୋରି ଅଭିଯୋଗରେ ପାଞ୍ଚ ଗିରଫ Angul OnlineJanuary 30, 2023January 30, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଖଲାରୀ ଅଞ୍ଚଳର ଏକ ଗୋଦାମରୁ ଦୁଇଚକିଆ ଯାନର ସ୍ପେୟାର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କିଶୋରନଗର ବ୍ଲକ୍ ବାଘୁଆମୁଣ୍ଡା ଗାଁର ବାବୁଲାଲ ଦେହୁରୀ , ଗୁରୁଜାଙ୍ଗ ଗାଁର ଦୀପୁନ ଧଳ , ବାପୁନ ଧଳ , ରେଢ଼ାଖୋଲର ସଞ୍ଜିତ ବେହେରା ଏବଂ ହରଭଙ୍ଗାର ଶ୍ରୀକୃଷ୍ଣ ସାହୁ । ସୂଚନା ଅନୁସାରେ , ଗତ ୨୫ ତାରିଖ ରାତିରେ ଏହି ୫ ଜଣ ଅନ୍ୟ ୨ ଜଣଙ୍କ ସହ ମିଶି ଛେଳିଆପଡ଼ାର ପ୍ରମୋଦ ସାହୁଙ୍କର ଅନୁଗୁଳ ସହର ଉପକଣ୍ଠ ଖଲାରିରେ ଥିବା ଏକ ସ୍ପେୟାର ପାର୍ଟସ ଗୋଦାମରୁ ପ୍ରାୟ ୭ ଲକ୍ଷ ଟଙ୍କା ମୂଲ୍ୟର ସ୍ପେୟାର ପାର୍ଟସ ନେଇ ପଳାଇଥିଲେ । ଏ ସବୁ ସାମଗ୍ରୀ ନେବା ପାଇଁ ସେମାନେ ଗୋଟିଏ ବୋଲେରୋ ଓ ଗୋଟିଏ ପିକ୍ ଅପ୍ ଭ୍ୟାନ୍ ବ୍ୟବହାର କରିଥିଲେ । ପରଦିନ ମାଲିକ ପ୍ରମୋଦ ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା । ଆଉ ଶେଷରେ ଏହି ୫ ଜଣଙ୍କୁ କିଶୋରନଗରରୁ ଗିରଫ କରିବାରେ ସଫଳ ହୋଇଥିଲା । Advertisement
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ…
ଅଶାନ୍ତ ଅନୁଗୁଳ – ପୁଣି ଗୁଳି ମାଡରେ ଦୁଇ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡରେ ଶଳା ଭେଣେଇ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା…
ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସରକାରୀ ଆଇଟିଆଇରେ ଜଣେ ଛାତ୍ରଙ୍କ ମୃତୁକୁ ନେଇ କିଛି ସମୟ ପାଇଁ ଆଇଟିଆଇ ପରିସରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା…