ଅନୁଗୁଳ – ଘରେ ଦେଶୀ ବନ୍ଧୁକ ରଖିବା ଅପରାଧରେ ୫ ଜଣଙ୍କୁ ଖମାର ଥାନା ପୁଲିସ ଗିରଫ ସହ ୫ ଦେଶୀ ବନ୍ଧୁକ ଜବତ କଡ଼ିଛି ।

ସୂଚନା ଅନୁସାରେ, ଖମାର ଥାନା ଅଂଚଳରେ ବହୁ ଦିନ ଧରି ଚୋରା ଦେଶୀ ବନ୍ଧୁକ କିଛି ଲୋକମାନେ ରଖିବା ଅଭିଯୋଗ ହୋଇ ଆସୁଥିଲା । ସେହି ଅଭିଯୋଗ ଅନୁଯାୟୀ ଗତ ଜୁନ ମାସରେ ପୁଲିସ ୩ ଟି ବନ୍ଧୁକ ଜବତ କରିବା ସହିତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ଗୋଟିଏ ଦେଶୀ ବନ୍ଧୁକ କାରଖାନା ମଧ୍ୟ ଠାବ କରିଥିଲା । ତେବେ ବିଭିନ୍ନ ସୂତ୍ରରୁ ଖବର ପାଇ ପୁନର୍ବାର ପୁଲିସ ଖନତାପଶି, କୁରୁମୂଳା, ରଞ୍ଜା, କୁଚିଣ୍ଡା ଗାଁ ରେ ଅତର୍କିତ ଚଢ଼ାଉ କରି ୫ ଦେଶୀ ବନ୍ଧୁକ ରଖିଥିବା ଲୋକଙ୍କୁ ଗିରଫ କରିବା ସହିତ ବନ୍ଧୁକ ଗୁଡ଼ିକ ଜବତ କରିଥିଲ। । ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶୀ ବନ୍ଧୁକ ଗୁଡ଼ିକୁ ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖମାର୍ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।