ମୁଖ୍ୟ ଖବର ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ Angul OnlineNovember 3, 2022November 3, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ ବନ ବିଭାଗର କର୍ମଚାରୀ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲା , ନାଲକୋ , କୁଲାଡ଼ ଓ ତାର ଆଖପାଖ ଅଞ୍ଚଳରେ ହାତୀ ପଲ ବୁଲାବୁଲି କରି ଆସୁଛନ୍ତି । ଏହି ହାତୀପଲ କୁ ଜଗିବା ପାଇଁ ବନ ବିଭାଗର କିଛି କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ କୁଲାଡ଼ ଗାଁ ନିକଟରେ ହାତୀପଲ ଥିବା ବେଳେ ବନ ବିଭାଗ କର୍ମଚାରୀ ହାତୀ ପଲକୁ ଘଉଡାଇବା ପାଇଁ ସେଠାରେ ଥିଲେ । ତେବେ ହଠାତ ଏକ ହାତୀ ଜଣେ ଫରେଷ୍ଟ ଗାର୍ଡ ଶରତ ଘଡେଇଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଶରତଙ୍କ ଘର ତାଳଚେର ଜନ୍ଦାବାହାଳ ବୋଲି ସୂଚନା ମିଳିଛି । Advertisement
ଦୁର୍ଗାବିହାର ଅଂଚଳରୁ ସେକ୍ସ ରାକେଟ ଠାବ ଅନୁଗୋଳ – ଅନୁଗୋଳ ସହର ଉପକଣ୍ଠ ଦୁର୍ଗାବିହାର ଅଂଚଳରୁ ସେକ୍ସ ରାକେଟ ଠାବ କରିଛି ଅନୁଗୋଳ ପୁଲିସ । ଅନେକ ଦିନ ହେଲା ଏକ ଭଡା ଘରେ…
ଟ୍ରକ ଧକ୍କାରେ ମହିଳା ମୃତ, ନାବାଳକ ଗୁରୁତର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ମହିତଳା ମନ୍ଦିର ଛକ ନିକଟରେ ଏକ ମୋଟରସାଇକେଲକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ…
ଭଉଣୀକୁ ହତ୍ୟା ଘଟଣାରେ ଭାଇ ସମେତ ତିନି ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗ୍ରାମରେ ଘର ସମ୍ପତ୍ତିରେ ଭାଗକୁ ନେଇ ଭଉଣୀକୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ଭାଇ ସମେତ…