ମୁଖ୍ୟ ଖବର ହାତୀ ଆକ୍ରମଣରେ ବନ କର୍ମଚାରୀ ମୃତ Angul OnlineNovember 3, 2022November 3, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ ବନ ବିଭାଗର କର୍ମଚାରୀ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲା , ନାଲକୋ , କୁଲାଡ଼ ଓ ତାର ଆଖପାଖ ଅଞ୍ଚଳରେ ହାତୀ ପଲ ବୁଲାବୁଲି କରି ଆସୁଛନ୍ତି । ଏହି ହାତୀପଲ କୁ ଜଗିବା ପାଇଁ ବନ ବିଭାଗର କିଛି କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଜି ସନ୍ଧ୍ୟାରେ କୁଲାଡ଼ ଗାଁ ନିକଟରେ ହାତୀପଲ ଥିବା ବେଳେ ବନ ବିଭାଗ କର୍ମଚାରୀ ହାତୀ ପଲକୁ ଘଉଡାଇବା ପାଇଁ ସେଠାରେ ଥିଲେ । ତେବେ ହଠାତ ଏକ ହାତୀ ଜଣେ ଫରେଷ୍ଟ ଗାର୍ଡ ଶରତ ଘଡେଇଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଶରତଙ୍କ ଘର ତାଳଚେର ଜନ୍ଦାବାହାଳ ବୋଲି ସୂଚନା ମିଳିଛି । Advertisement
ଅଭିଜିତ ଆତ୍ମହତ୍ୟା ମାମଲା – ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଅନୁଗୁଳ – ଅନୁଗୁଳ ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲାରେ ଆଇନ ଅନୁଯାୟୀ ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁଗୁଳ ଏସ.ପି.ଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ…
ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ ଅନୁଗୁଳ – ମର୍ମଦୁନ୍ତ ସଡକ ଦୁର୍ଘଟଣାର ଲାଇଭ ଭିଡିଓ । ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ -୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ…
ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ଡାକ୍ତରଙ୍କ ମୃତ୍ୟୁ – ଘଟଣାରେ ପୁଲିସକୁ ଦାୟୀ କରି ଏସ.ପି.ଙ୍କ ବଦଳି ଦାବି ଅନୁଗୁଳ – ଅନୁଗୁଳ ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ହୋଇ ଯାଇଛି । ବିଳମ୍ବିତ ରାତିରେ…