ଅପରାଧ ସରପଞ୍ଚଙ୍କ ଆକ୍ରମଣରେ ଫରେଷ୍ଟର ଗୁରୁତର Angul OnlineNovember 3, 2023November 3, 2023 ଅନୁଗୁଳ – ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜର ଫରେଷ୍ଟରଙ୍କୁ ଆକ୍ରମଣ ଅଭିଯୋଗ । ସୂଚନା ଅନୁଯାୟୀ ରାତିରେ ଫରେଷ୍ଟର ପ୍ରଦୀପ ପ୍ରଧାନ ହାତୀ ଘଉଡାଇବାକୁ ଯାଇଥିବା ସମୟରେ ଗଡ଼ତରାସ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଏ ନେଇ ବନ୍ତଳା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଗଡ଼ତରାସ ଅଞ୍ଚଳରେ ହାତୀପଲ ଥିବା ଖବର ପାଇ ପ୍ରଦୀପ ଯାଇଥିଲେ । ହାତୀ ଯୋଗୁଁ କ୍ଷୟକ୍ଷତି ହେଉଥିବା ବେଳେ ସଠିକ କ୍ଷତିପୂରଣ ମିଳୁନଥିବା ନେଇ ସେଠାରେ ପ୍ରଦୀପଙ୍କ ସ୍ଥାନୀୟ ସରପଞ୍ଚଙ୍କ ସହ ଉଚ୍ଚବାଚ ହୋଇଥିଲା । ହଠାତ ଉତକ୍ଷିପ୍ତ ହୋଇ ସରପଞ୍ଚ ଜଣଙ୍କ ପ୍ରଦୀପଙ୍କୁ ଆକ୍ରମଣ କରିଥିବା ଫରେଷ୍ଟର ଅଭିଯୋଗ କରିଛନ୍ତି । ଆକ୍ରମଣ ଫଳରେ ପ୍ରଦୀପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ମାଡ ଖାଇଥିବା ଫରେଷ୍ଟର ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ପୁଲିସର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ଅନୁଗୋଳ DFO ସୂଚନା ଦେଇଛନ୍ତି । Advertisement
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…
ହୋଟେଲ ରେଟିଂ ନାଁରେ ଟଙ୍କା ଠକେଇ ଅନୁଗୁଳ – ସାଇବର ଠକମାନେ ନୁଆଁ ନୁଆଁ ଫନ୍ଦି ବହାରକରି ଲୋକଙ୍କୁ ଠକିବାରେ ଲାଗିଛନ୍ତି । କେବେ କ୍ରେଡିଟ କାର୍ଡ ବାହାନାରେ ତ ଆଉ କେତେବେଳେ…