ଅପରାଧ ଡକାୟତି ମାମଲାରେ ୪ ଗିରଫ – ମୋଟରସାଇକେଲ ଓ ମୋବାଇଲ ଜବତ Angul OnlineAugust 24, 2021August 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଠାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖରେ ଜଣେ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟ ହୋଇଥିବା ଘଟଣାର ପର୍ଦାଫାସ କରିଛି ପୁଲିସ । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଟି ମୋଟରସାଇକେଲ ଓ ୩ ଟି ମୋବାଇଲ ଓ ଗୋଟିଏ କାତି ଜବତ କରିଛି । ସୂଚନା ଅନୁସାରେ ୨୦୨୦ ମସିହା ଡିସେମ୍ବର ୨୦ ତାରିଖ ସୁନୀଲ ମହାରଣା ନାମକ ଜଣେ ବ୍ୟବସାୟୀ ବଅଁରପାଳରୁ ରାସୋଳ ଅଭିମୁଖେ ଯାଉଥିବା ବେଳେ ୬ ଜଣ ଲୁଟେରା ତାଙ୍କୁ ଅଟକାଇ ମାଡ ମାରିବା ସହ ମାରଣାସ୍ତ୍ର ଦେଖାଇ ୫୫ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ସୁନୀଲ ଏ ନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିବବା ପରେ ପୁଲିସ ତଦନ୍ତ ଜାରି ରଖିଥିଲା । ଶେଷରେ ଏହି ଲୁଟରେ ସମ୍ପୃକ୍ତ ରାମିମୁଣ୍ଡା ଗାଁର ସୌମ୍ୟ ରଞ୍ଜନ ଗଡନାୟକ , ଅଙ୍ଗାରବନ୍ଧ ଗାଁର ସୁବ୍ରତ କତାର , ବୁଢାପଙ୍କ ଗାଁର ସୁବ୍ରତ ଭୁତିଆ ଓ ରତିକାନ୍ତ ବେହେରାଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା । ଏହି ଲୁଟରେ ୬ ଜଣ ସାମିଲ ଥିବା ବେଳେ କଣ୍ଟାବଣିଆ ଗାଁର ବ୍ରହ୍ମାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ବୁଢାପଙ୍କ ଗାଁର ନାଗେନ ବେହେରା ଫେରାର ଅଛି । ଗିରଫ ୪ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ପଚାଷ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଲିଫ୍ଟ ଇରିଗେସନ ଡିପାର୍ଟମେଣ୍ଟର ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ ।ଦୁଇଟି ଲିଫ୍ଟ ଇରିଗେସନର ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ…
ଜବତ ଗଞ୍ଜେଇ ଓ ବ୍ରାଉନ ସୁଗାର ପୋଡି ନଷ୍ଟ କଲା ଅବକାରୀ ବିଭାଗ ନାଲକୋନଗର – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲିୟରି ଅନୁଗୋଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା…
ଦୁଇ ଲକ୍ଷ ଲୁଟିଥିବା ସାଇବର ଅପରାଧୀକୁ ଗିରଫ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ଟିପିସି ସିଆଇଏସ୍ଏଫ୍ ୟୁନିଟ୍ର ଜଣେ ହେଡ୍ କନେଷ୍ଟବଳ ସଞ୍ଜୟ ନାରଜିନାରିଙ୍କ ଠାରୁ କିଛିଦିନ ତଳେ ସାଇବର ଲୁଟେରା ମାନେ ଦୁଇ…