ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର କତଡା ଡ଼ଙ୍ଗାଧରସାହିରେ ଅଭାବନୀୟ ଘଟଣା ଘଟି ଯାଇଛି l ହାତୀ ଘଉଡ଼ାଇଵାକୁ ଯାଇଥିବା ବେଳେ ବେଳେ ହାତୀ ଆକ୍ରମଣରେ ଗଜସାଥିଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କତଡା ଗାଁର ଯୁଗଳ ନାଏକ । ଯୁଗଳଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ପରେ ବନ ବିଭାଗ ଅଧିକାରୀ ଓ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା l
ସୂଚନା ଅନୁସାରେ ଜରପଡା ବନାଞ୍ଚଳର କତଡା ଭାଗିରଥିପୁର ଡ଼ଙ୍ଗାଧରସାହିକୁ ବିଳମ୍ବିତ ରାତିରେ ହାତୀପଲ ଗାଁ ନିକଟକୁ ପଶି ଆସିଥିଲେ l ଖବର ପାଇ ହାତୀ ସ୍କ୍ବାର୍ଡ ଓ ଗଜସାଥି ମିଳିତ ଭାବେ ହାତୀ ଘଉଡ଼ାଇବା ପାଇଁ ଡ଼ଙ୍ଗାଧରସାହିକୁ ଯାଇଥିଲେ l ସେଠାରେ ହାତୀ ଘଉଡ଼ାଇଵା ବେଳେ ଏକ ହାତୀ ହାବୁଡ଼ରେ ଗଜସାଥି ଯୁଗଳ ନାଏକ ପଡିଯାଇଥିଲେ l ଫଳରେ ସାଥି କର୍ମଚାରୀ ମାନଙ୍କ ଆଗରେ ଯୁଗଳକୁ ହାତୀ ଶୁଣ୍ଢରେ କଚାଡି ମାରି ଦେଇଥିଲା l ଏନେଇ ଖବର ପାଇ ଘଟଣାସ୍ଥଳର ଯୁଗଳଙ୍କ ପରିବାର ସ୍ଥାନୀୟ ଲୋକେ ପହଁଚିଥିବା ବେଳେ ହାତୀ ଆକ୍ରମଣରେ ଯୁଗଳଙ୍କ ମୃତ୍ୟକୁ ନେଇ କ୍ଷତିପୂରଣ ଦାବି ନେଇ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା l ଦୀର୍ଘ ୭ ଘଣ୍ଟାରୁ ଉର୍ଦ୍ଧ ହେବ ଘଟଣା ସ୍ଥଳରେ ମୃତ ଦେହ ପଡି ରହିଥିଲା l ଦୀର୍ଘ ସମୟ ପରେ ଏସିଏଫ କୃଷ୍ଣ ଚନ୍ଦ୍ର ସାହୁ,ରେଞ୍ଜର ମାଧବ ଚନ୍ଦ୍ର ନାୟକ, ଜରପଡା ଥାନା ଅଧିକାରୀ ମନୋଜ ପ୍ରଧାନ ପ୍ରମୁଖ ଆଲୋଚନା ପରେ ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ କ୍ଷତିପୂରଣ, ଜଣଙ୍କୁ ଚାକିରୀ ଆଦି ଦେବା ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା l ଏହା ପରେ ଜରପଡା ପୁଲିସ ଶବକୁ ଜବତ କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଜାରି ରଖିଛି l