ମୁଖ୍ୟ ଖବର ଜିଲ୍ଲାରେ ଛାତ୍ରୀଙ୍କ ତୁଳନାରେ ଅଧିକ ଛାତ୍ର ପାସ Angul OnlineMay 18, 2023May 18, 2023 ଅନୁଗୋଳ – ମାଧ୍ୟମିକ ଶିକ୍ଷା ପରିଷଦ ( ବୋର୍ଡ଼ ) ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଗୁରୁବାର ପୂର୍ବାହ୍ନରେ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷାରେ ଅନୁଗୋଳ ଜିଲ୍ଲାରେ ପାସ୍ ହାର ୯୬.୬୪ ପ୍ରତିଶତ ରହିଥିବା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆ ଯାଇଛି । ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ପରୀକ୍ଷାଫଳ ଭଲ ହୋଇଥିବା ଜଣାପଡ଼ିଛି । ଗତବର୍ଷ ପାସ୍ ହାର ୯୩.୬୦ ପ୍ରତିଶତ ଥିବାବେଳେ ଚଳିତ ଥର ୯୬.୬୪ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ଜିଲାରେ ଏ – ୧ଗ୍ରେଡ୍ରେ ୧୧୧ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । କୋଭିଡ୍ ପରେ ରାଜ୍ୟର ଚଳିତବର୍ଷ ପୂର୍ବ ଭଳି ଛାତ୍ରଛାତ୍ରୀ ମାନେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ଜିଲାର ମାଟ୍ରିକ୍ ପରୀକ୍ଷା ପାଇଁ ୨୬୩ଟି ବିଦ୍ୟାଳୟରୁ ୧୬ , ୨୪୪ ଜଣ ଛାତ୍ରୀଛାତ୍ର ଫର୍ମ ଫିଲପ୍ କରିଥିଲେ । ସେମାନଙ୍କ ମଧ୍ୟରୁ ୧୯୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇନଥିବା ବେଳେ ୬୯ ଜଣ ଛାତ୍ରୀଛାତ୍ର ପରୀକ୍ଷାରେ ଅସାଧୁ ଉପାୟ ( କପି ) ଅବଲମ୍ବନ କରି ଧରାପଡ଼ିଥିଲେ । ତେବେ ଜିଲାରୁ ମୋଟ ୧୫ , ୬୯୯ ଜଣ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏ – ୧ ଗ୍ରେଡ଼ରେ ୧୧୧ ଜଣ ପରୀକ୍ଷାର୍ଥୀ , ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ୍ କରିଛନ୍ତି । ସେହିପରି ଏ – ୨ଗ୍ରେଡ୍ରେ ୭୭୮ ଜଣ , ବି – ୧ଗ୍ରେଡ଼ରେ ୨୨୫୦ ଜଣ , ବି – ୨ ଗ୍ରେଡ୍ ୩୩୨୧ ଜଣ , ସି ଗ୍ରେଡ୍ରେ ୩୫୭୪ , ଡ଼ି ଗ୍ରେଡ୍ରେ ୩୨୨୯ ଜଣ , ଇ ଗ୍ରେଡ୍ରେ ୨୪୩୬ ଜଣ ଓ ଏଫ ଗ୍ରେଡ୍ରେ ୨୮୦ ଜଣ ପାସ୍ କରିଛନ୍ତି । ଜିଲାରେ ଛାତ୍ରୀଙ୍କ ତୁଳନାରେ ଛାତ୍ରମାନେ ପାସ୍ ହାରରେ ଆଗରେ ରହିଥିବା ପରୀକ୍ଷା ଫଳରୁ ଜଣାପଡ଼ିଛି । ଜିଲ୍ଲାର ୮୦୫୫ ଜଣ ଛାତ୍ର ପାସ୍ କରିଥିବା ବେଳେ ୭୬୪୪ ଜଣ ଛାତ୍ରୀ ପାସ୍ କରିଛନ୍ତି । Advertisement
ତାଳଚେର ମେଡିକାଲ କଲେଜ ପାଇଁ ଅଧିକ୍ଷକ ନିଯୁକ୍ତି ହେଲେ ଅନୁଗୁଳ -(ଅନୁଗୁଳ ଅନଲାଇନ୍)-୧୨/୧୦- ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ମେଡିକାଲ ଖୋଲିବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଏକ ପ୍ରକାର ଘଟିଛି । ରାଜ୍ଯ…
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ…
ସଡ଼କ ଦୁର୍ଘଟଣାରେ ଅନୁଗୁଳର ଜଣେ ପୁଲିସ ଏ.ଏସ୍.ଆଇ.ଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ସଦର ଥାନାରେ କାର୍ଯ୍ୟରତ ଜଣେ ପୁଲିସ ଏ.ଏସ୍.ଆଇ.ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୃତକ ଏ.ଏସ୍.ଆଇ. ଜଣଙ୍କ ହେଲେ କଙ୍କଡାହାଡ଼ ଥାନା…