ଅପରାଧ ୧୧ କେଜି ଗଞ୍ଜେଇସହ ୨ ଗିରଫ Angul OnlineMay 18, 2023May 18, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରୁ କିଶୋରନଗର ଓ କିଆକଟା ଦେଇ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇବାପରେ ଜିଲ୍ଲା ଅବକାରୀ ବିଭାଗ ସତର୍କ ହୋଇଥିଲା । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସଦଳବଳ କିଶୋରନଗର ଥାନା ଅନ୍ତର୍ଗତ କଦଳିମୁଣ୍ଡାଠାରେ ୫ କେଜି ଗଞ୍ଜେଇସହ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପରା ଗାଁର ସୁରେଶ ନାଏକଙ୍କୁ ଗିରଫ କରିଛି । ସେହଭଳି କିଆକଟା ଥାନା ଅନ୍ତର୍ଗତ ବାରେଣୀ ଛକଠାରେ ୬ କେଜି ଗଞ୍ଜେଇ ସହ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବାଲିପଶି ଗାଁର ସେବକ ନାଏକଙ୍କୁ ଗିରଫ କରିଛି । ଏ ନେଇ ୨ ଟି ମାମଲା ରୁଜୁକରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି। Advertisement
ଦୋଳଯାତ୍ରାରେ ବୁଲିଲା ଖଣ୍ଡା – ଦୁଇ ଆହତ ଅନୁଗୁଳ – ଅନୁଗୁଳ ସଦର ଥାନା କୁଶାସିଂହା ଗାଁରେ ଦୋଳଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ…
ପ୍ରେମ ପରେ ଦୁଷ୍କର୍ମ , ପ୍ରତାରଣା – ଯୁବକ ଗିରଫ ଅନଗୁଳ – ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ଦୀପକ…
ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଏକ ହତ୍ୟା ଘଟିଛି । ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା କରି ପକାଇ ଦେଇଥିବା ସ୍ଥାନୀୟ ଲୋକମାନେ…