ଆଞ୍ଚଳିକ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହେବ ଗୋପାଷ୍ଟମୀ ମହୋତ୍ସବ Angul OnlineNovember 18, 2023November 18, 2023 ଅନୁଗୁଳ – ଗୋ ସେବା ହିଁ ମାତୃ ସେବା, ଗୋ ସେବା ହିଁ -ରାଷ୍ଟ୍ର ସେବା ଏହି ମହାନ ଭାବନାରେ ଉଦ୍ବୁଦ୍ଧ ହୋଇ ସନ ୨୦୦୧ ମସିହାରୁ ବେଦାନ୍ତ କେଶରୀ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଦ୍ବାରା ଉଦ୍ଘାଟିତ ଅନୁଗୁଳ ରନ୍ତଲେଇ ଠାରେ ଶ୍ରୀ ଗୋପାଳ ଗୋଶାଳା ପରିଚାଳନା ସମିତି ଓ ମାତୃଶକ୍ତି ଗୋସେବା ସମିତି ଦ୍ବାରା ପରିଚାଳିତ ଗୋଶାଳାରେ ଅଦ୍ୟାବଧି ପ୍ରାୟ ୮୦୦ ଗୋଟି ଗୋରୁ ଅଛନ୍ତି । ଏଠାରେ ଦେଶୀ ଗୋବଂଶର ପାଳନ, ସଂରକ୍ଷଣ ଓ ସମ୍ବଦ୍ଧନ କରାଯାଉଅଛି । ଏତତ୍ ସହିତ ଦୁର୍ଘଟଣାଗ୍ରସ୍ତ ଆହତ ଓ ରୁଗ୍ଣ ଗୋରୁ ମାନଙ୍କର ସେବା ମଧ୍ୟ କରାଯାଉଛି । ଆଧୁନିକ ସଭ୍ୟତାର ପ୍ରଭାବରେ ଗୋମାତାର ଯତ୍ନ ଓ ପାଳନ ଠାରୁ ଦୂରେଇ ଯାଉଥିବା ପିଢୀକୁ ଭାରତୀୟ ସଂସ୍କୃତିର ପ୍ରବହମାନ ପ୍ରତିମା ଓ ଅର୍ଥନୀତିର ପ୍ରାକୃତିକ ଉତ୍ସ ଗୋମାତା ପ୍ରତି ଶ୍ରଦ୍ଧା ଉତ୍ପନ୍ନ କରିବା ନିମନ୍ତେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନଭେମ୍ବର ୨୦ ତାରିଖ ଦିନ ଗୋପାଷ୍ଟମୀ ମହୋତ୍ସବ ରନ୍ତଲେଇ ସ୍ଥିତ ଶ୍ରୀଗୋପାଳ ଗୋଶାଳାରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହେବ। ଉକ୍ତଦିନ ପ୍ରାତଃ ୯ ଘଟିକାରେ ଗୋପୂଜନ, ୧୦ ଘଟିକାରେ ଶ୍ରୀ ହନୁମାନ ଚାଳିଶା, କାମଧେନୁଯଜ୍ଞ, ପ୍ରଦର୍ଶନୀ, ପ୍ରବଚନ ଆଦି ଅନୁଷ୍ଠିତ ହେବ । ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ବକ୍ତୃତା, ଭଜନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଭାଗୀ ମାନଙ୍କୁ ମଧ୍ୟ ଏହି ଅବସରରେ ପୁରଷ୍କୃତ କରାଯିବ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ପରମ ଗୋଭକ୍ତ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଲଛମନ ମହୀପାଳ ଯୋଗଦେଇ ବିଶ୍ବକଲ୍ୟାଣରେ ଗୋମାତା ଓ ସନାତନ ସଂସ୍କୃତିର ବିଶେଷତା ସମ୍ପର୍କରେ ଆଲୋଚନା କରିବେ । କାର୍ଯ୍ୟକ୍ରମର ଅନ୍ତିମ ଚରଣରେ ଦିବା ୧ଘଟିକା ସମୟରେ ଏକ ସାମୁହିକ ପ୍ରସାଦ ସେବନର ଆୟୋଜନ କରାଯାଇଛି । ଏକ ସୁସ୍ଥ, ସମର୍ଥ, ସନ୍ତୁଳିତ ସମାଜ ଗଠନ ପାଇଁ ଗୋସେବା ଓ ଭାରତୀୟ ଦେଶୀ ଗୋ ବଂଶର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ସାମ୍ବାଦିକ ସମ୍ମିଳନୀରେ ଗୋଶାଳାର ସଭାପତି ଶ୍ରୀ ଗୋପାଳ ମୁଦ୍ରା, ସମ୍ପାଦକ ଶ୍ରୀ ଲଡ଼ୁକେଶ୍ବର ଅଗ୍ରଓ୍ବାଲା ଓ ଆବାହକ ଶ୍ରୀ ଜିତେନ୍ଦ୍ର ଗୁପ୍ତା ମତପ୍ରକାଶ କରିବା ସହିତ ଗୋପାଷ୍ଟମୀ ମହୋତ୍ସବରେ ଅଧିକରୁ ଅଧିକ ସନାତନୀ ଗୋଭକ୍ତ ଯୋଗଦେବାକୁ ଅନୁରୋଧ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମାତୃଶକ୍ତି ଗୋସେବା ସମିତିର ଅଧ୍ୟକ୍ଷା ଶ୍ରୀମତୀ ନିଲୁ ଗୁପ୍ତା, ଉପଦେଷ୍ଟା ଶ୍ରୀମତୀ ସୁମିତ୍ରାଜୀ ଅଗ୍ରାହ୍ବାଲା, ସମାଜ ସେବୀ ଯୋଗାଚାର୍ଯ୍ୟ ଶ୍ରୀ ଅଭୟ ରାୟ, ଶ୍ରୀ ଲମ୍ବୋଦର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ମିଶି ଗୋସେବା ନିମନ୍ତେ ଶ୍ରମ, ସମୟ ଓ ଅର୍ଥଦାନ କରି ସାରା ବସୁଧାକୁ ସୁନ୍ଦର ଓ ସୁସ୍ଥ କରି ଗଢ଼ି ତୋଳିବା ପାଇଁ ଆବାହକ ଶ୍ରୀ ଜିତେନ୍ଦ୍ର ଗୁପ୍ତା ମାର୍ମିକ ଆହ୍ବାନ କରିବା ସହିତ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏତତ୍ ସହିତ ଗୋପାଷ୍ଟମୀ ଉତ୍ସବରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ମଧ୍ୟ ପ୍ରଦାନ କରିଥିଲେ । Advertisement
ବାରହା ଆକ୍ରମଣରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ମାଣିକଯୋଡି ପଞ୍ଚାୟତ କୂଳସର ଗାଁ ନିକଟ ଜଙ୍ଗଲରେ ବାରହା ଆକ୍ରମଣରେ ନୋଦ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…
ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ…
ବାଲ୍ୟବିବାହ କରାଇଲେ ବନ୍ଧାହେବେ ବ୍ରାହ୍ମଣ , ଗାଡିର ମାଲିକ , ବ୍ୟାଣ୍ଡ ବାଜା , ଟେଣ୍ଟ ହାଉସ୍ ମାଲିକ -ଜିଲ୍ଲାପାଳ ଅନୁଗୁଳ – ବାଲ୍ୟବିବାହ ସଂପୂର୍ଣ୍ଣ ବେଆଇନ । ୧୮ବର୍ଷରୁ କମ୍ ଝିଅକୁ କିମ୍ବା ୨୧ ବର୍ଷରୁ କମ୍ ପୁଅକୁ ବିବାହ କରାଇବା ଦଣ୍ଡନୀୟ ଅପରାଧ । ୨୦୦୬…