ଆଞ୍ଚଳିକ ସତ୍ୟାଗ୍ରହରେ ଓକିଲ Angul OnlineDecember 12, 2022December 12, 2022 ଅନୁଗୁଳ – ସତ୍ୟାଗ୍ରହରେ ଓକିଲ ସଂଘ । ସାରା ଭାରତରେ ଆଜି ଓକିଲ ମାନେ ସତ୍ୟାଗ୍ରହ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ସମସ୍ତ କୋର୍ଟ ଆଗରେ ମଧ୍ୟ ଓକିଲ ମାନେ ସତ୍ୟାଗ୍ରହରେ ବସିଛନ୍ତି । ଭାରତୀୟ ଓ ରାଜ୍ୟ ଆଇନଜୀବୀ ପରିଷଦର କାର୍ଯ୍ୟକଳାପ ଓ ଓକିଲ ମାରଣ ନୀତିକୁ ବିରୋଧ କରି ଏହି ସତ୍ୟାଗ୍ରହ କରା ଯାଇଛି । ଅନୁଗୁଳ ଓକିଲ ସଂଘ ପକ୍ଷରୁ ମଧ୍ୟ ଏହି ସତ୍ୟାଗ୍ରହ କାରା ଯାଇଥିବା ବେଳେ ତାଙ୍କ କହିବାନୁସାରେ , ଦେଶର ଉନ୍ନତି ପାଇଁ ଓକିଲଙ୍କ ବହୁ ଅବଦାନ ରହିଛି । ବିଶେଷ କରି ଅନ୍ୟାୟ , ଅତ୍ୟାଚାରର ପ୍ରତିବାଦ କରି ଆଇନଜୀବୀ ମାନେ ରାଜ୍ୟ ଦେଶ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ଆଇନଜୀବୀ ପରିଷଦ ଓକିଲମାନେ ଆନ୍ଦୋଳନରେ ସାମିଲ ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତିକୁ ଓକିଲ ସଂଘ ପ୍ରତିବାଦ କରିଛି । ସକାଳ ୧୦ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓକିଲ ମାନେ ସତ୍ୟାଗ୍ରହ କରିଥିବାରୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା । Advertisement
ବିଶ୍ଵ ପରିବେଶ ଦିବସ ୨୦୨୩ ପାଳିତ ଅନୁଗୋଳ – ନିରନ୍ତରତାର ମୂଳ ମନ୍ତ୍ର ନେଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ବିଶ୍ଵ ପରିବେଶ ଦିବସ ୨୦୨୩ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଏବଂ…
ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଗୋଳ – ଅନୁଗୋଳ ଶିଶୁ ବିଦ୍ୟା ମନ୍ଦିର ଅଡିଟୋରିୟମ ରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା…
ସାମୁହିକ ବିବାହ: ୨୮ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ ଅନୁଗୁଳ – ଜିଲ୍ଲା ପ୍ରଶାସନ ଓ ବିଶ୍ୱଯୁବ କେନ୍ଦ୍ରର ମିଳିତ ସହଯୋଗରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ଅନ୍ତର୍ଗତ ଆଜି ଅନୁଗୁଳ ଜିଲ୍ଲା ସଭାଗୃହଠାରେ ଜିଲ୍ଲାସ୍ତରୀୟ ସାମୁହିକ…