ଅନୁଗୁଳ – ଅନୁଗୁଳ ଇଡକୋ ଡିଭିଜିନାଲ ହେଡ ପବିତ୍ର ମୋହନ ନାୟକଙ୍କୁ ୨ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମନା ଆଦେଶ ହୋଇଛି। ଜୋରିମନା ଅନଦେୟ ଆଉ ୩ ବର୍ଷ ଜେଲ ଭୋଗିବାକୁ ନିର୍ଦେଶ ରହିଛି ।

ସୂଚନା ଅନୁସାରେ ୨୦୧୦ ମସିହାରେ ଢେଙ୍କାନାଳର ପ୍ରକାଶ କୁମାର ସାମଲ ନାମକ ଜଣେ ବ୍ୟବସାୟୀ ଏକ ପ୍ଲଟରେ ବ୍ୟବସାୟ କରିବାକୁ ଇଡକୋକୁ ଅନୁମତି ମାଗିଥିଲେ । ତେବେ ଏଥିପାଇଁ ପବିତ୍ର ମୋହନ ନାୟକ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।
ଏଥିପାଇଁ ପ୍ରକାଶ କୁମାର ସାମଲ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଉ ଯୋଜନା ଅନୁସାରେ ପ୍ରକାଶଙ୍କ ଠାରୁ ଭୁବନେଶ୍ୱରର ଏକ ରେଷ୍ଟୁରାଣ୍ଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ଏହି ମାମଲାରେ ୮ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କାରାଦଣ୍ଡାଦେଶ ଦେଇଛନ୍ତି । ଏ ମାମଲାକୁ ସ୍ପେସିଆଲ ପିପି , ଭିଜିଲାନ୍ସ ଅଶ୍ୱିନୀ କୁମାର ମଲ୍ଲିକ ପରିଚାଳନା କରିଥିଲେ ।


