ଅପରାଧ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ Angul OnlineMarch 2, 2021March 2, 2021 ନାଲକୋନଗର – ଅନଗୁଳ ଥାନା ଅନ୍ତର୍ଗତ ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଏକ ଗଳିତ ଅର୍ଦ୍ଧ ଦଗ୍ଧ ମୃତଦେହ ସାଙ୍ଗକୁ ଏକ ପୋଡ଼ା ସାଇକେଲ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଖବର ପାଇ ଅନଗୁଳ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଦଳ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ମୃତକ ଜଣଙ୍କ ହଣ୍ଡପା ଥାନା ଆଦିକଟା ଅଞ୍ଚଳର ସୁଶାନ୍ତ କୁମାର ରାଉଳ ବୋଲି ପୁଲିସ ଜାଣିବାକୁ ପାଇଥିଲା । ସୂଚନା ଅନୁସାରେ ସୁଶାନ୍ତ କୁମାର ରାଉଳ ନାଲକୋନଗର ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମରେ ଭଡାଘରେ ରହୁଥିଲେ । ସେ ୧୦ବର୍ଷରୁ ଅଧିକ ଦିନ ଧରି ନାଲକୋ ମୁଣ୍ଡା ହଟିଂରେ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ତେବେ ସେ ଗତ ୧୯ ତାରିଖଠାରୁ କେଉଁଆଡେ ପଳାଇ ଯାଇଥିବା ନେଇ ତାଙ୍କ ସ୍ତ୍ରୀ ସୁମତି ରାଉଳ ନାଲକୋନଗର ଥାନାରେ ରିପୋର୍ଟ୍ କରିଥିଲେ । ହେଲେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ସୁଶାନ୍ତଙ୍କର ଭଣଜା ପ୍ରଣବ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜ୍ଜୁ କରି ସୁଶାନ୍ତଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହା ତଦନ୍ତ କରୁଛି । Advertisement
ବିପୁଳ ପ୍ରି ଆକ୍ଟିଭେଟେଡ଼ ସିମ କାର୍ଡ଼ ଜବତ – ଦୁଇ ଜଣ ଗିରଫ – ସାଇବର ଠକଙ୍କୁ ବିକ୍ରି କରୁଥିଲେ ସିମ ଅନୁଗୁଳ – ପ୍ରି ଆକ୍ଟିଭେଟେଡ଼ ସିମ ବିକ୍ରି କରୁଥିବା ସୂଚନା ପାଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପୁଲିସ ଆଜି ବଇଣ୍ଡା ଛକରେ ଥିବା ଏକ ଇଲକ୍ଟ୍ରୋନିକସ…
ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱର – ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ…
ମହିଳା ସଂଘ ସଦସ୍ଯାଙ୍କ ଠାରୁ ଟଙ୍କା ଠକେଇ ଘଟଣା- ମା ଓ ଝିଅ ଗିରଫ ଅନୁଗୁଳ – ମହିଳା ସଂଘର ସଭାନେତ୍ରୀ ହୋଇ ମହିଳାଙ୍କ ନାମରେ ବ୍ଯାଙ୍କରୁ ଋଣ ନେବା ସହ ମହିଳା ମାନଙ୍କ ଠାରୁ ଧାର ଆକାରରେ ଟଙ୍କା ନେଇ ଫେରାର…