ଅପରାଧ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ Angul OnlineMarch 2, 2021March 2, 2021 ନାଲକୋନଗର – ଅନଗୁଳ ଥାନା ଅନ୍ତର୍ଗତ ଗୋପିନାଥପୁର ଗାଁ ପାଖ ଆମ୍ବତୋଟାରୁ ଏକ ଗଳିତ ଅର୍ଦ୍ଧ ଦଗ୍ଧ ମୃତଦେହ ସାଙ୍ଗକୁ ଏକ ପୋଡ଼ା ସାଇକେଲ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଖବର ପାଇ ଅନଗୁଳ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଦଳ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ମୃତକ ଜଣଙ୍କ ହଣ୍ଡପା ଥାନା ଆଦିକଟା ଅଞ୍ଚଳର ସୁଶାନ୍ତ କୁମାର ରାଉଳ ବୋଲି ପୁଲିସ ଜାଣିବାକୁ ପାଇଥିଲା । ସୂଚନା ଅନୁସାରେ ସୁଶାନ୍ତ କୁମାର ରାଉଳ ନାଲକୋନଗର ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମରେ ଭଡାଘରେ ରହୁଥିଲେ । ସେ ୧୦ବର୍ଷରୁ ଅଧିକ ଦିନ ଧରି ନାଲକୋ ମୁଣ୍ଡା ହଟିଂରେ ତେଜରାତି ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ତେବେ ସେ ଗତ ୧୯ ତାରିଖଠାରୁ କେଉଁଆଡେ ପଳାଇ ଯାଇଥିବା ନେଇ ତାଙ୍କ ସ୍ତ୍ରୀ ସୁମତି ରାଉଳ ନାଲକୋନଗର ଥାନାରେ ରିପୋର୍ଟ୍ କରିଥିଲେ । ହେଲେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ ସୁଶାନ୍ତଙ୍କର ଭଣଜା ପ୍ରଣବ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜ୍ଜୁ କରି ସୁଶାନ୍ତଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହା ତଦନ୍ତ କରୁଛି । Advertisement
ଛାତ୍ରଙ୍କୁ ଛାତ୍ରୀଙ୍କ ଚାପୁଡ଼ା ମାଡ଼ – ଭିଡ଼ିଓ ଭାଇରାଲ ଅନୁଗୋଳ – ଜଣେ ଛାତ୍ରୀଙ୍କ ଛାତ୍ରଙ୍କୁ ମାଡ଼ । ବିଚ ରାସ୍ତାରେ ଏଭଳି ମାଡ ମାରିବାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।…
ଇକୋ ପାର୍କ ନିକଟରୁ ୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ମୁଖ୍ୟ ପାର୍କ ନିକଟରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରା ଯାଇଛି । ଗିରଫ ଅଭିଯୁକ୍ତ…
ଚୋରା କୋଇଲା ଚାଲାଣ ଅଭିଯୋଗରେ ଚାରି ଗିରଫ ଅନୁଗୋଳ – ଚୋରା କୋଇଲା ଚାଲାଣ ଅଭିଯୋଗରେ ଅନୁଗୋଳ ସଦର ଥାନା ପୋଲିସ ଆଜି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା…