ଖେଳ ଓ ଖେଳାଳି ହେମସୁରପଡା କପ ଫୁଟବଲ – କୁଚିଣ୍ଡା ବିଜୟୀ Angul OnlineDecember 11, 2022December 11, 2022 ଅନୁଗୁଳ – ଅନୁଗୁଳ ହେମସୁରପଡା ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଫାଇନାଲ ମ୍ୟାଚ୍ ବି.ଏଫ୍.ସି. କୁଚିଣ୍ଡା ସହିତ ଝାଡେଶ୍ବର ଫୁଟବଲ୍ କ୍ଲବ , ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଏହି ଫାଇନାଲ ମ୍ୟାଚ୍ ରେ କୁଚିଣ୍ଡା ଟିମ୍ ୧ – ୦ ଗୋଲରେ ବିଜୟ ଲାଭ କରିଛି । ଖେଳର ପ୍ରଥମାର୍ଦ୍ଧରେ ଜର୍ସି ନମ୍ବର ୦୭ ରେ ଥିବା କୁଚିଣ୍ଡା ଟିମ୍ ର ଅବିନାଶ ମୁଦୁଲି ପ୍ରଥମ ଓ ଏକମାତ୍ର ଗୋଲସ୍କୋର କରିଥିଲେ । ଆଜିର ଖେଳକୁ ସୁରେଶ କୁମାର ଦାଶ , ଜିତେନ୍ଦ୍ରିୟ ସେନାପତି , ଦିଲ୍ଲିପ ରାଉତ୍ , ସୁଜିତ୍ ରାଜହଂସ , ବସନ୍ତ କୁମାର ଦାସ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ( ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବି.ଜେ.ପି. ତଥା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ) ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି , ଅଗସ୍ତି ବେହେରା ( ବରିଷ୍ଠ ବି.ଜେ.ପି. ସଦସ୍ୟ ) , ଶଶାଙ୍କ କୁମାର ପ୍ରଧାନ ( ଶିଳ୍ପପତି ) , ବିଭୁତି ସାହୁ ( ସମାଜସେବୀ ତଥା ବି.ଜେ.ପି. ନେତା ) , ଦିଲ୍ଲିପ ପ୍ରଧାନ ( ବରିଷ୍ଠ ବି.ଜେ.ପି. ନେତା ) , ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ । ଅତିଥିମାନେ ଫୁଟବଲର ପ୍ରଚାର ପ୍ରସାର ପାଇଁ ଏଭଳି ଉଦ୍ୟମକୁ ସାଧୁବାଦ ଦେଇଥିବା ବେଳେ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ସଭାପତି ଅନିଲ ଦଳବେହେରା , ଉପ – ସଭାପତି ରଶ୍ମୀରଂଜନ ସାମଲ , ସଂପାଦକ ସରୋଜ ଜେନା , ଉପଦେଷ୍ଟା ସୁନିଲ ମିଶ୍ର , ଶାନ୍ତନୁ ସ୍ବାଇଁ , ଦିବ୍ୟଦର୍ଶୀ ବଳିଆରସିଂ , ନିରୁପମ ସିଂ , ସୋନୁ ସିଂ , ସୂର୍ଯ୍ୟକାନ୍ତ ମହାରଣା , ଦିପକ ସାହୁ , ଅନୁପ ରାଏ ଆଦି ରହି ଖେଳକୁ ସୁରୁଖୁରୁରେ ସମାପନ କରିଥିଲେ । Advertisement
ବାଗଡିଆ କପ୍ ଉଦ୍ଯାପିତ – କମାଣ୍ଡୋ ଇଲେଭେନ ଦଳ ବିଜୟୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ବାଗଡିଆ କ୍ରିକେଟ ଆସୋସିଏସନ ପକ୍ଷରୁ ବାଗଡିଆ କପ୍ କ୍ରିକେଟ ଉଦ୍ଯାପିତ…
ଜାତୀୟ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳର ପୁଅ – ଓଡ଼ିଶାକୁ ଦେଲେ ପଦକ ଅନୁଗୁଳ – ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ୨୩ ବର୍ଷରୁ କମ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶାକୁ ଗୋଟିଏ ପଦକ ମିଳିଛି । ଉଚ୍ଚ ଡିଆଁରେ ଅନୁଗୁଳର…
୭ ତାରିଖରୁ ଆରମ୍ଭ ହେଉଛି ଓ ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଗୁଳ – ଚଳିତ ମାସ ୭ ତାରିଖରୁ ଆରମ୍ଭ ହେଉଛି ଓ ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଅନୁଗୁଳ ଓ ବିଭିନ୍ନ ଜିଲ୍ଲାର ଫୁଟବଲ ପ୍ରତିଭାମାନଂଙ୍କୁ…