ଖେଳ ଓ ଖେଳାଳି ହେମସୁରପଡା କପ ଫୁଟବଲ – କୁଚିଣ୍ଡା ବିଜୟୀ Angul OnlineDecember 11, 2022December 11, 2022 ଅନୁଗୁଳ – ଅନୁଗୁଳ ହେମସୁରପଡା ଫୁଟବଲ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଫାଇନାଲ ମ୍ୟାଚ୍ ବି.ଏଫ୍.ସି. କୁଚିଣ୍ଡା ସହିତ ଝାଡେଶ୍ବର ଫୁଟବଲ୍ କ୍ଲବ , ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଏହି ଫାଇନାଲ ମ୍ୟାଚ୍ ରେ କୁଚିଣ୍ଡା ଟିମ୍ ୧ – ୦ ଗୋଲରେ ବିଜୟ ଲାଭ କରିଛି । ଖେଳର ପ୍ରଥମାର୍ଦ୍ଧରେ ଜର୍ସି ନମ୍ବର ୦୭ ରେ ଥିବା କୁଚିଣ୍ଡା ଟିମ୍ ର ଅବିନାଶ ମୁଦୁଲି ପ୍ରଥମ ଓ ଏକମାତ୍ର ଗୋଲସ୍କୋର କରିଥିଲେ । ଆଜିର ଖେଳକୁ ସୁରେଶ କୁମାର ଦାଶ , ଜିତେନ୍ଦ୍ରିୟ ସେନାପତି , ଦିଲ୍ଲିପ ରାଉତ୍ , ସୁଜିତ୍ ରାଜହଂସ , ବସନ୍ତ କୁମାର ଦାସ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ( ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବି.ଜେ.ପି. ତଥା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ) ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି , ଅଗସ୍ତି ବେହେରା ( ବରିଷ୍ଠ ବି.ଜେ.ପି. ସଦସ୍ୟ ) , ଶଶାଙ୍କ କୁମାର ପ୍ରଧାନ ( ଶିଳ୍ପପତି ) , ବିଭୁତି ସାହୁ ( ସମାଜସେବୀ ତଥା ବି.ଜେ.ପି. ନେତା ) , ଦିଲ୍ଲିପ ପ୍ରଧାନ ( ବରିଷ୍ଠ ବି.ଜେ.ପି. ନେତା ) , ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିଲେ । ଅତିଥିମାନେ ଫୁଟବଲର ପ୍ରଚାର ପ୍ରସାର ପାଇଁ ଏଭଳି ଉଦ୍ୟମକୁ ସାଧୁବାଦ ଦେଇଥିବା ବେଳେ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ସଭାପତି ଅନିଲ ଦଳବେହେରା , ଉପ – ସଭାପତି ରଶ୍ମୀରଂଜନ ସାମଲ , ସଂପାଦକ ସରୋଜ ଜେନା , ଉପଦେଷ୍ଟା ସୁନିଲ ମିଶ୍ର , ଶାନ୍ତନୁ ସ୍ବାଇଁ , ଦିବ୍ୟଦର୍ଶୀ ବଳିଆରସିଂ , ନିରୁପମ ସିଂ , ସୋନୁ ସିଂ , ସୂର୍ଯ୍ୟକାନ୍ତ ମହାରଣା , ଦିପକ ସାହୁ , ଅନୁପ ରାଏ ଆଦି ରହି ଖେଳକୁ ସୁରୁଖୁରୁରେ ସମାପନ କରିଥିଲେ । Advertisement
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…
ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଫାଇନାଲରେ କମାଣ୍ଡୋ ୧୧ ଏବଂ ତେଲକୋଇ ଅନୁଗୁଳ – ଅନୁଗୁଳ ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଆଜି ( ବୁଧବାର) ଖେଳା ଯାଇଥିବା…
ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ…