ବାଣିଜ୍ୟ ଅନୁଗୁଳ ବଜାରରେ ହୋଣ୍ଡା ସିବି-୨୦୦ଏକ୍ସର ବାଇକ Angul OnlineDecember 12, 2021December 12, 2021 ଅନୁଗୁଳ – ଅନୁଗୁଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡା ପକ୍ଷରୁ ବହୁ ପ୍ରତୀକ୍ଷିତ ମୋଟରସାଇକେଲ ହୋଣ୍ଡା ସିବି ୨୦୦ ଏକ୍ସର ବଜାର ପ୍ରବେଶ ହୋଇଛି । ଏହି ବଜାର ପ୍ରବେଶ କାର୍ଯ୍ୟକ୍ରମରେ ହୋଣ୍ଡା କମ୍ପାନୀର ଜୋନାଲ ମ୍ୟାନେଜର (ସେଲ୍ସ) ଅଜିତ ପଣ୍ଡା, ଜୋନାଲ ମ୍ୟାନେଜର (କଷ୍ଟମର ସର୍ଭିସ୍) ଶିବ ପ୍ରତାପ ସିଂହ ଏବଂ ଏରିଆ ଇନ୍ଚାର୍ଜ (କଷ୍ଟମର ସର୍ଭିସ) କୁମାର ଶୁଭେନ୍ଦୁ ସାନ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ହୋଣ୍ଡା ୨୦୦ ଏକ୍ସ’ରେ ପାୱାର ଇଞ୍ଜିନ ସହିତ ଆକର୍ଷଣୀୟ ଷ୍ଟାଇଲ, ଉନ୍ନତ ମାଇଲେଜ, ଫିଚର୍ସ ନକଲ କଭର ୱିଥ୍ ଏଲ୍ଇଡି ଉଙ୍କର୍ସ (ଇଣ୍ଡିକେଟର), ସ୍ପୋର୍ଟ ସାଇଲେନ୍ସର , ଗୋଲଡେନ୍ ଫ୍ରଣ୍ଟ ସସ୍ପେନ୍ସନ୍, ମୋନୋ ସକ ରିୟର ସସ୍ପେନ୍ସନ୍ , ଡିଜିଟାଲ ମିଟର , ଏଲ୍ଇଡି ହେଡ୍ଲ୍ୟାମ୍ପ , ଡୁଆଲ ପେଟାଲ ଡିସ୍କ ବ୍ରେକ ସହ ଏବିଏସ୍ , ହାଜାର୍ଡ଼ ସ୍ଵିଚ ସହ ବହୁ ଅତ୍ୟାଧୁନିକ ସୁବିଧା ରହିଛି । ସ୍ପୋର୍ଟ ରେଡ୍, ମ୍ୟାଟ୍ ସେଲଇନ୍ ସିଲଭରି, ପର୍ଲ ନାଇଟ୍ଷ୍ଟାର ବ୍ଲକ୍ରେ ଏହି ଗାଡ଼ି ବଜାରରେ ଉପଲବ୍ଧ ହେଉଛି । ଏହାର ଏକ୍ସ ସୋ-ରୁମ ମୂଲ୍ୟ ୧ଲକ୍ଷ ୪୫ ହଜାର ୨୭୯ରୁ ଆରମ୍ଭ ହେଉଥିବା ବେଳେ ସ୍ଵତନ୍ତ୍ର ଏକ୍ସଚେଞ୍ଜ ଏବଂ ଫାଇନାନ୍ସ ସୁବିଧା ରଖାଯାଇଛି । ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପ୍ରଥମ ଲକ୍ଷ୍ୟ ବୋଲି ଲକ୍ଷ୍ମୀ ହୋଣ୍ଡାର ସ୍ବତ୍ବାଧୀକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି । Advertisement
ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଅନୁଗୁଳ ଲକ୍ଷ୍ମୀ ହୋଣ୍ଡାଠାରେ ହୋଣ୍ଡାର ବହୁ ପ୍ରତିକ୍ଷିତସ୍କୁଟର ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ…
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ମିଶନ ଜିରୋ ହଙ୍ଗର ଏଣ୍ଡ ଆଜୀବିକା କାର୍ଯ୍ୟକ୍ରମ ସିଏସଆର ଟାଇମ୍ସ ପୁରସ୍କାରରେ ସମ୍ମାନିତ ଭୁବନେଶ୍ଵର – ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ ବର୍ଗରେ…
ହୋଣ୍ଡାର ନୂତନ ଶୋରୁମ୍ ଉଦ୍ଘାଟିତ ଅନୁଗୁଳ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ମମତା ମୋଟର୍ସ ଉଦ୍ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର…