ବାଣିଜ୍ୟ ଅନୁଗୁଳ ବଜାରରେ ହୋଣ୍ଡା ସିବି-୨୦୦ଏକ୍ସର ବାଇକ Angul OnlineDecember 12, 2021December 12, 2021 ଅନୁଗୁଳ – ଅନୁଗୁଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡା ପକ୍ଷରୁ ବହୁ ପ୍ରତୀକ୍ଷିତ ମୋଟରସାଇକେଲ ହୋଣ୍ଡା ସିବି ୨୦୦ ଏକ୍ସର ବଜାର ପ୍ରବେଶ ହୋଇଛି । ଏହି ବଜାର ପ୍ରବେଶ କାର୍ଯ୍ୟକ୍ରମରେ ହୋଣ୍ଡା କମ୍ପାନୀର ଜୋନାଲ ମ୍ୟାନେଜର (ସେଲ୍ସ) ଅଜିତ ପଣ୍ଡା, ଜୋନାଲ ମ୍ୟାନେଜର (କଷ୍ଟମର ସର୍ଭିସ୍) ଶିବ ପ୍ରତାପ ସିଂହ ଏବଂ ଏରିଆ ଇନ୍ଚାର୍ଜ (କଷ୍ଟମର ସର୍ଭିସ) କୁମାର ଶୁଭେନ୍ଦୁ ସାନ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ହୋଣ୍ଡା ୨୦୦ ଏକ୍ସ’ରେ ପାୱାର ଇଞ୍ଜିନ ସହିତ ଆକର୍ଷଣୀୟ ଷ୍ଟାଇଲ, ଉନ୍ନତ ମାଇଲେଜ, ଫିଚର୍ସ ନକଲ କଭର ୱିଥ୍ ଏଲ୍ଇଡି ଉଙ୍କର୍ସ (ଇଣ୍ଡିକେଟର), ସ୍ପୋର୍ଟ ସାଇଲେନ୍ସର , ଗୋଲଡେନ୍ ଫ୍ରଣ୍ଟ ସସ୍ପେନ୍ସନ୍, ମୋନୋ ସକ ରିୟର ସସ୍ପେନ୍ସନ୍ , ଡିଜିଟାଲ ମିଟର , ଏଲ୍ଇଡି ହେଡ୍ଲ୍ୟାମ୍ପ , ଡୁଆଲ ପେଟାଲ ଡିସ୍କ ବ୍ରେକ ସହ ଏବିଏସ୍ , ହାଜାର୍ଡ଼ ସ୍ଵିଚ ସହ ବହୁ ଅତ୍ୟାଧୁନିକ ସୁବିଧା ରହିଛି । ସ୍ପୋର୍ଟ ରେଡ୍, ମ୍ୟାଟ୍ ସେଲଇନ୍ ସିଲଭରି, ପର୍ଲ ନାଇଟ୍ଷ୍ଟାର ବ୍ଲକ୍ରେ ଏହି ଗାଡ଼ି ବଜାରରେ ଉପଲବ୍ଧ ହେଉଛି । ଏହାର ଏକ୍ସ ସୋ-ରୁମ ମୂଲ୍ୟ ୧ଲକ୍ଷ ୪୫ ହଜାର ୨୭୯ରୁ ଆରମ୍ଭ ହେଉଥିବା ବେଳେ ସ୍ଵତନ୍ତ୍ର ଏକ୍ସଚେଞ୍ଜ ଏବଂ ଫାଇନାନ୍ସ ସୁବିଧା ରଖାଯାଇଛି । ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପ୍ରଥମ ଲକ୍ଷ୍ୟ ବୋଲି ଲକ୍ଷ୍ମୀ ହୋଣ୍ଡାର ସ୍ବତ୍ବାଧୀକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି । Advertisement
ହୋଣ୍ଡାର ନୂତନ ଶୋରୁମ୍ ଉଦ୍ଘାଟିତ ଅନୁଗୁଳ -ଅନୁଗୁଳ ଜିଲ୍ଲା ଆଠମଲ୍ଲିକଠାରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର୍ ଇଣ୍ଡିଆର ନୂତନ ଶୋରୁମ ମମତା ମୋଟର୍ସ ଉଦ୍ଘାଟିତ ହୋଇଯାଇଛି । ଯେଉଁଥରେ ହୋଣ୍ଡାର ସମସ୍ତ ପ୍ରକାରର…
ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ – ଦିଲ୍ଲୀପ ସଭାପତି , ଫିରୋଜ ସମ୍ପାଦକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଂଘ ନିର୍ବାଚନ ବହୁ ବାଦବିବାଦ ପରେ ଶେଷରେ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି । ଗତକାଲି(ଶନିବାର) ନିର୍ବାଚନ…
ଜେଏସପିଏଲ ପକ୍ଷରୁ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ ଅନୁଗୁଳ – ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୁଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକମାନଙ୍କ…