ବାଣିଜ୍ୟ Honda Activa EV – ଫୁଲ୍ ଚାର୍ଜରେ ଚାଲିବ 102KM Angul OnlineNovember 27, 2024November 27, 2024 ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ଭାରତୀୟ ବଜାରରେ 2ଟି ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ୍ ହୋଇଛି । କମ୍ପାନୀ ଏହି 2 ଇଲେକ୍ଟ୍ରିକ ସ୍କୁଟରର ବ୍ୟାଟେରୀ ଓ ରେଞ୍ଜ ସ୍ପଷ୍ଟ କରିଛି । ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ , ଇ-ଆକ୍ଟିଭା’ ରେ ଡୁଆଲ ସ୍ପାପେବଲ ବ୍ୟାଟେରୀ ଦିଆଯିବ । ଯାହାକୁ ଖୁବଶୀଘ୍ର ଫୁଲ୍ ଚାର୍ଜ କରାଯାଇପାରିବ । ଏହା ଥରେ ଚାର୍ଜ ହେଲେ 102ରୁ 104କିମି ପର୍ଯ୍ୟନ୍ତ ଚାଲିବ । ଏଥିରେ ସ୍ପୋର୍ଟ ମୋଡ ମଧ୍ୟ ରହିବ ।ଅନ୍ୟ ଦେଶଗୁଡ଼ିକରେ ହୋଣ୍ଡା ଏହାର ଇଲେକ୍ଟ୍ରିକ ସ୍କୁଟର ଚଲାଉଥିବା ବେଳେ ଭାରତର ପ୍ରଥମ ଥର ପାଇଁ ଡେବ୍ୟୁ କରିଛି । ହୋଣ୍ଡା ଇଲେକଟ୍ରିକ ଆକ୍ଟିଭାରେ 2 ଟ୍ରିମ ଲେଭଲରେ ଆସିବ । ବେସ୍ ଭାରିଏଣ୍ଟଟି TFT ଡିସପ୍ଲେ ଓ ହାୟର ଟ୍ରିମରେ ମଲ୍ଟି-କଲର ସ୍କ୍ରିନ ମିଳିବ । ଏଥିରେ ଆପଣ ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେସନ ଓ ମ୍ୟୁଜିକ କଣ୍ଟ୍ରୋଲ ଫିଚର ରହିବ । ଏଥିରେ LED ଲାଇଟିଂ ସେଟଅପ୍, ଏଲଇଡି ହେଡଲାଇଟ୍ ଓ ଟେଲ୍ ଲାଇଟ୍ ଓ ଟର୍ଣ୍ଣ ଇଣ୍ଡିକେଟର ରହିବ । ଏହାବାଦ ଆଲଏ ହ୍ବିଲ, ଫ୍ରଣ୍ଟ ଡିସ୍କ ବ୍ରେକ ଓ ରିଅର ଡ୍ରମ ବ୍ରେକ୍ ରହିବ । ଏହାର ଡିଜାଇନ ସ୍ଲିକ୍ ରହିବ । ସମ୍ଭବତଃ EICMA 2024ରେ ପ୍ରଦର୍ଶିତ Honda CUV e: ପରି ରହିପାରେ ।ହୋଣ୍ଡାର ଲଞ୍ଚ୍ ହେବାକୁ ଥିବା ଅନ୍ୟ ଇଲେକ୍ଟ୍ରିକ ସ୍କୁଟର QC1 1.5kwh ଫିକ୍ସଡ ବ୍ୟାଟେରୀ ପ୍ୟାକ ସହିତ ଆସିପାରେ । ଥରେ ଚାର୍ଜ ହେଲେ ଏହା 80କିମି ପର୍ଯ୍ୟନ୍ତ ଯିବ । ଆପଣ ଏହାକୁ ନିଜ ଘରେ 330 ୱାଟ୍ ଅଫ ବୋର୍ଡ ହୋମ ଚାର୍ଜରରେ ଚାର୍ଜ କରିପାରିବେ । ସୁରକ୍ଷା ଲାଗି ଏହି ଚାର୍ଜର ଅଟୋ-କଟ୍ ଟେକ୍ନୋଲୋଜି ସହିତ ଆସିଛି । ଏହି ସ୍କୁଟର 0-80% ଚାର୍ଜ ହେବା ଲାଗି 4ଘଣ୍ଟା 30 ମିନିଟ ସମୟ ଲାଗିବ । ଫୁଲ୍ ଚାର୍ଜ ପାଇଁ 7ଘଣ୍ଟା ସମୟ ଲାଗିବ । ଆପଣ ଏହି ସ୍କୁଟରକୁ ସର୍ବାଧିକ ବେଗ ଘଣ୍ଟା ପ୍ରତି 50କିମିରେ ଚଲାଇପାରିବେ । ଏଥିରେ ଷ୍ଟାଣ୍ଡାର୍ଡ ଓ Eco ଡ୍ରାଇଭିଂ ମୋଡ୍ ରହିଛି ।QC1 ଫିଚର ବିଷୟରେ କହିଲେ ଏହା 5-ଇଞ୍ଚ୍ LCD ଡିସପ୍ଲେ, ଏକ USB ଟାଇପ୍-ସି ଆଉଟଲେଟ୍, ଏବଂ ସର୍ବାଧିକ ସୁବିଧା ପାଇଁ ଏକ 26 ଲିଟର ଅଣ୍ଡର-ସିଟ୍ ଷ୍ଟୋରେଜ୍ ବାକ୍ସ ଦିଆଯାଇଛି । ଏଥିରେ କ୍ଲିୟର ୱିଙ୍କର (ଟର୍ଣ୍ଣ ଇଣ୍ଡିକେଟର), LED ହେଡଲ୍ୟାମ୍ପ ଓ ଟେଲ୍ ଲ୍ୟାମ୍ପ ଆସିବ । ଏହା 5ଟି ରଙ୍ଗ ଯେପରିକି Pearl Serenity Blue, Pearl Misty White, Matt Foggy Silver Metallic, Pearl Igneous Black ଓ Pearl Shallow Blue ରଙ୍ଗରେ ଉପଲବ୍ଧ । https://angulonline.com/odia/wp-content/uploads/2024/11/WhatsApp-Video-2024-11-27-at-13.23.06.mp4 Advertisement
କୋଭିଡ଼ ଦ୍ଵିତୀୟ ଲହରିକୁ ପ୍ରତିହତ କରିବା ପାଇଁ ଜେଏସପିଏଲର ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ୬ ମିଲିୟନ ଟନ କ୍ଷମତା ସଂପନ୍ନ ବୃହତ୍ତ ଇସ୍ପାତ କାରଖାନା ପକ୍ଷରୁ…
ଲକ୍ଷ୍ମି ହୋଣ୍ଡାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମି ହୋଣ୍ଡା ଠାରେ ହୋଣ୍ଡା ୟୁନିକର୍ଣ୍ଣର ଗ୍ରାହକ ସମାବେଶ ହୋଇଯାଇଛି । ଏହି ସମାରୋହେରେ…
Citrus Clothing ର ନୂଆଷ୍ଟୋର ଉଦଘାଟନ କଲେ ଅଭିନେତା ସବ୍ୟସାଚୀ ଅନୁଗୁଳ – ଭାରତର ଏକ ଅଗ୍ରଣୀ ଏଵଂ ୨୪ ବର୍ଷର ଗ୍ରାହକଙ୍କ ବିଶ୍ୱାସ ଓ ଭରସା ରୂପରେ ଉଭା ହୋଇଥିବା ଏକ ସମ୍ପନ୍ନ ପୁରୁଷ ବସ୍ତ୍ର ବ୍ରାଣ୍ଡ…