ଭଲ ଖବରମୁଖ୍ୟ ଖବର ସଚ୍ଚୋଟପଣିଆ ଦେଖାଇଲେ ଅଟୋଚାଳକ – ଫେରାଇଲେ ପାଇଥିବା ଟଙ୍କା ବ୍ୟାଗ Angul OnlineJanuary 30, 2021January 30, 2021 ତାଳଚେର – ସାଂପ୍ରତିକ ସମାଜରେ ମାନବିକତା ହଜି ହଜି ଯାଉଥିବାବେଳେ କିଛି ବ୍ୟକ୍ତିଙ୍କ ପାଖରେ ମଣିଷପଣିଆ ଏବେ ବି ବଞ୍ଚିଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ତାଳଚେର ଅଞ୍ଚଳରେ । ତାଳଚେର ଅଞ୍ଚଳର ବିରାଦରପଡ଼ାରେ ରୁହନ୍ତି ରିତେଶ ସ୍ବାଇଁ । ପେଶାରେ ଜଣେ ଅଟୋ ଡ଼୍ରାଇଭର । ସକାଳ ହେଲେ ନିଜ ଅଟୋ ଧରି ବାହାରି ପଡନ୍ତି ବସ ଷ୍ଟାଣ୍ଡ ଅଭିମୁଖେ । ଗତ ଗୁରୁବାର ତାଳଚେରରୁ ବଲଣ୍ଡା ନେଇ କିଛି ଯାତ୍ରୀଙ୍କୁ ନେଇ ଫେରିବାବେଳେ ଡେରା ଛକରେ ତାଙ୍କୁ ରାସ୍ତା ଉପରେ ପଡିଥିବା ଏକ ବ୍ୟାଗ୍ ମିଳିଥିଲା । ବ୍ୟାଗ୍ ଟିକୁ ଖୋଲି ଦେଖନ୍ତି ତ ସେଥିରେ ଥିଲା ନଗଦ ୨୭ ହଜାର ୫୦ ଟଙ୍କା , ଭୋଟର ପରିଚୟ ପତ୍ର , ଏ ଟି ଏମ୍ କାର୍ଡ ସହ କିଛି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର । ବ୍ୟାଗ୍ ପାଇବା ପରେ ଉକ୍ତ ବ୍ୟାଗକୁ ତାଳଚେର ଥାନାର ଜିମା ଦେଇ ଏହାର ଅନୁସନ୍ଧାନ କରି ବ୍ୟାଗ୍ ଓ ଟଙ୍କା ଯାହାର ତାକୁ ଫେରାଇ ଦେବାକୁ ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ପୁଲିସ ଉକ୍ତ ବ୍ୟାଗ୍ ରେ ଥିବା ଭୋଟର କାର୍ଡ ରୁ ସଂପୃକ୍ତ ଅଞ୍ଚଳର ସରପଞ୍ଚଙ୍କ ଜରିଆରେ ଉକ୍ତ ମହିଳାଙ୍କୁ ଚିହ୍ନଟ କରିବାରେ ସଫଳ ହୋଇ ଥିଲା । ସୂଚନା ଅନୁସାରେ ଉକ୍ତ ମହିଳା ଜଣକ ହେଲେ ଗୁରୁଜାଙ୍ଗ ଗାଁ ନିବାସୀ ସଲମା ଦେହୁରୀ । ରିତେଶ ଥାନାରେ ଜଣାଇବା ପରେ ପୁଲିସ ସଲମା ଦେହୁରୀକୁ ଥାନାକୁ ଡକାଇ ବ୍ୟାଗ୍ କେତେ ଟଙ୍କା ଏବଂ କେଉଁ କେଉଁ କାଗଜପତ୍ର ଥିଲା ପଚରା ଉଚୁରା କରିଥିଲା । ସଲମାଙ୍କ ଠାରୁ ପୁଳିସ ସନ୍ତୋଷଜନକ ଉତ୍ତର ପାଇବା ପରେ ରିତେଶ ସ୍ବାଇଁ ସଲମା ଦେହୁରୀଙ୍କୁ ତାଙ୍କ ଟଙ୍କା ଓ ତାଙ୍କର ସମସ୍ତ କାଗଜ ପତ୍ର ଫେରାଇ ଦେଇଥିଲେ । ବ୍ୟାଗ୍ ଫେରାଇବା ପରେ ସେ କହିଛନ୍ତି, ମୋହ ମାୟା କ୍ଷଣସ୍ଥାୟୀ । ରିତେଶଙ୍କ କହିବା କଥା ଟଙ୍କାଏ ଖାଇଥିଲେ ୫ ଟଙ୍କାର କ୍ଷତି ହୁଏ ତେଣୁ ଏହାକୁ ଚିନ୍ତାକରି ସେ ଏଭଳି କାମ କଲେ । ଆଉ ଯାହା ଟଙ୍କା ତାକୁ ଫେରାଇ ଦେଲେ ପୁଣ୍ୟ ହେବ । ତେବେ ରିତେଶ ସ୍ବାଇଁ ଏଭଳି ମହତ୍ କାମ ପାଇଁ ଚାରି ଆଡେ ଚର୍ଚ୍ଚା ହେଉଥିବା ବେଳେ ବିଭିନ୍ନ ମହଲରେ ରିତେଶଙ୍କୁ ପ୍ରଶଂସା କରାଯାଉଛି । Advertisement
ଆଠମଲ୍ଲିକ ଏନ.ଏ.ସି କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନ.ଏ.ସି କୁ ମିଳିଲା ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ୨ୟ ସମ୍ମାନ । ଓଡିଶା ଅରବାନ…
ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି ପକ୍ଷରୁ ଭେଣ୍ଟିଲେଟର ଓ ବାଇପାପ ମେସିନ ପ୍ରଦାନ ଅନୁଗୁଳ – ସମ୍ପ୍ରତି ସାରା ଦେଶରେ କୋଭିଡ ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ସ୍ଥିତି ସମାନ । କରୋନାର ଭୟାବହତାକୁ…
ଛ ହଜାର ମିଟର ଉପରେ ଜଗନ୍ନାଥ ଓ ବୁଢୀ ମା’ଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ଅନୁଗୁଳ – ପ୍ରଥମ ଓଡିଆ ଭାବେ ହିମାଚଳ ପ୍ରଦେଶର ଯମୁନା ପର୍ବତ ଉପରେ ଶ୍ରୀ ଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ…